ବସନ୍ତା ପୋଖରୀ ମାମଲାରେ ଗ୍ରାମବାସୀଙ୍କର ବିଜୟ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରାପୁର ଗ୍ରା.ପ.ର ବସନ୍ତା ଗ୍ରାମରେ ଥିବା ଏକ ୪ଏକର ୭ଡିସିମିଲ ପୋଖରୀକୁ ଏ ଅଂଚଳର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ନିଜ ଦଖଲକୁ ନେଇଯାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀମାନେ ତହସିଲ , ଚକବନ୍ଦୀ , ଜିଲ୍ଲା ନ୍ୟାୟଳାୟ , ଏଡିଏମ କୋର୍ଟରେ ମାମଲା କରି ଉକ୍ତ ପୋଖରୀକୁ ବେନିୟମ ଭାବେ ଜାଲ କାଗଜ ପତ୍ରରେ ନିଜ ନାମରେ କରାଇ ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରୁ ବାଦ ଦେଇ ସରକାରୀ ଖାତାରେ ଉକ୍ତ ୪ଏକର ୭ଡିସିମିଲ ଜାଗା କରାଯାଇ ଅଛି ।

ଅଦାଲତର ଏହି ମାମଲାର ଗ୍ରାମବାସୀମାନଙ୍କର ବିଜୟ ଘଟିଥିଲା । ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଦୀର୍ଘ ୩୫ବର୍ଷ ପରେ ଏହି ପୋଖରୀର ପୁର୍ନଉଦ୍ଧାର କାମ ଆରମ୍ଭ କରିଛନ୍ତି । ଏହି ପୋଖରୀଟି ଆଜକୁ ୩୫ବର୍ଷ ହେଲା ଦଳ ପୂର୍ଣ୍ଣ ଜଙ୍ଗଲ ସୃଷ୍ଟି ହୋଇ ପରିବେଶ ଦୂଷୀତ କରିଥିଲା । ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ସୁବାସ ଚନ୍ଦ୍ର ସ୍ୱାଇଁ , ଲକ୍ଷ୍ମିଧର ନାୟକ , ନିରଂଜନ ରାଉତ , ସଂଜୟ କୁମାର ଦାସ , ସୁନାକର ନାୟକ , ମନମୋହନ ସ୍ୱାଇଁ , ପ୍ରତାପ ରାଉତ , ନିମାଇଁ ସ୍ୱାଇଁ ପ୍ରମୁଖ ଏହି ପୋଖରୀର ପୁର୍ନଉଦ୍ଧାର କାର୍ଯ୍ୟ କରୁଅଛନ୍ତି ।

error: Thank You Keep Visiting