କାର୍ଯ୍ୟରେ ଲାଗୁନି ବିଜୁ ଗ୍ରାମୀଣ ବଜାର:୨ବର୍ଷ ହେବ ତାଲା ପଡି ବନ୍ଦ ରହିଛି ୮ଟି ଗୃହ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ରୁଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରା.ପ.ର ଜଗନ୍ନାଥପୁର ବଜାର ବିଜୁ ପଟ୍ଟନାୟକ ଛକ ନିକଟରେ ଆଜକୁ ୨ବର୍ଷ ହେବ ତାଲା ପକାଇ ରଖାଯାଇଛି ବିଜୁ ଗ୍ରାମୀଣ ବଜାର । ସରକାରଙ୍କର ଏହି ବିଜୁ ଗ୍ରାମୀଣ ବଜାର ଯୋଜନା ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି । ଯେଉଁ ଲକ୍ଷ୍ୟ ନେଇ ରଘୁନାଥପୁର ବ୍ଲକର ବିଭିନ୍ନ ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟେୟରେ ନିର୍ମାଣ କରାଯାଇଥିବା ବିଜୁ ଗ୍ରାମୀଣ ବଜାର କାର୍ଯ୍ୟରେ ଲାଗୁନାହିଁ ।

ଏହାର ଜ୍ୱଳନ୍ତ ଉଦାହରଣ ରଘୁନାଥପୁର ବ୍ଲକର ଜଗନ୍ନାଥପୁର ଗ୍ରା.ପ.ରେ ନିର୍ମାଣ କରାଯାଇଥିବା ବିଜୁ ଗ୍ରାମୀଣ ବଜାର ଯୋଜନାରେ ୮ବଖରା ଘର ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ । ଏହି ଦୋକାନ ଘରଗୁଡିକ ଭଡାରେ ଦିଆଯାଇଥିଲେ ୭୫ହଜାର ଟଙ୍କା ପଂଚାୟତର ଆୟ ହୋଇଥାନ୍ତା ବୋଲି ଦୁର୍ଯ୍ୟୋଧନ ଖୁଣ୍ଟିଆ ଏ ସମ୍ପର୍କରେ ଜିଲ୍ଲାପାଳ , ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରଘୁନାଥପୁର ବିଡିଓଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କୁହନ୍ତି ଯେ ଏହି ଘରଗୁଡିକ ଖୁବଶୀଘ୍ର ବଣ୍ଟନ କରାଯିବ ।

error: Thank You Keep Visiting