ବିଦ୍ୟୁତ ଆଘାତରେ ଜଣେ ଶିଶୁ ସମେତ ୩ ଗୁରୁତ୍ତର

Straight to the Point

କେନ୍ଦ୍ରାପଡା,(ଓଡ଼ିଶା ଜର୍ଣ୍ଣାଲ): ରାସ୍ତାରେ ପଡିଥିବା ଏକ ଏଲ.ଟି.ଲାଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ମହିଳାଙ୍କ ସମେତ ଏକ ୨ବର୍ଷର ଝିଅ ଗୁରୁତ୍ତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ଆୟତନ – ସିତୁଆ ଗ୍ରାମର ବିବେକାନନ୍ଦ ବେହେରାଙ୍କ ପତ୍ନୀ ସ୍ୱପ୍ନା ବେହେରା(୨୯) କିଛିଦିନ ତଳେ ନିଜ ବାପଘର ତନ୍ତିଆପାଳ ସାମୁଦ୍ରୀକ ଥାନା ଅନ୍ତର୍ଗତ ବିଜୟନଗରର ଜପତଗଡା ଗ୍ରାମକୁ ଆସିଥିଲେ ।

ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବାପଘର ନିକଟସ୍ଥ ଏକ ନଳକୂପରେ ଗାଧୋଉଥିବା ବେଳେ ତାଙ୍କ ୨ବର୍ଷର ଝିଅ ତାନିଆ ହଠାତ କାନ୍ଦିବାରୁ ନିକଟରେ ଥିବା ସେହି ଗ୍ରାମର ଯୋଗେନ୍ଦ୍ର ରାଉତଙ୍କ ଝିଅ ରଜନୀ ରାଉତ(୧୮) ତାକୁ କାଖେଇ ତା’ର ମା’ସ୍ୱପ୍ନା ଗାଧୋଉଥିବା ନଲକୂପ ନିକଟକୁ ଆସୁଥିବା ବେଳେ ସେହି ସମୟରେ ରାସ୍ତାରେ ପଡିଥିବା ଏକ ଏଲ.ଟି.ଲାଇନ ତାର ସଂସ୍ପର୍ଶରେ ଆସିଯିବାରୁ ସେହି ଠାରେ ଉଭୟ ବେହୋସ ହୋଇ ପଡିଯାଇଥିଲେ ।

ତାନିଆର ପାଟି ଶୁଣି ତା’ର ମା’ସ୍ୱପ୍ନା ନଲକୂପ ପାଖରୁ ଦୈାଡି ଯାଇ ରାସ୍ତାରେ ପଡିଥିବା ଝିଅକୁ ଉଠାଇନେବାକୁ ଛୁଇଁ ଦେବାରୁ ସେ ମଧ୍ୟ ବିଦ୍ୟୁତ ଆଘାତରେ ସେହିଠାରେ ବେହୋସ ହୋଇ ପଡିଯାଇଥିଲେ । ବିଜୟ ନଗରର ସେସୁ ଲାଇନମ୍ୟାନ ମହେନ୍ଦ୍ର ରାଉତ ସେଠାରେ ପହଁଚି ଘଟଣା ଦେଖିବା ପରେ ୩ଜଣଙ୍କୁ ଏକ ବେସରକାରୀ କାରରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ଜଣଯାକ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

error: Thank You Keep Visiting