ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳଙ୍କ କେନ୍ଦ୍ରାପଡା କଲେଜ ପରିଦର୍ଶନ

Straight to the Point

କେନ୍ଦ୍ରାପଡା,(ଓଡ଼ିଶା ଜର୍ଣ୍ଣାଲ): ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହିବିଦ୍ୟାଳୟ ପରିଦର୍ଶନ କରି ନିର୍ବାଚନ ନିମନ୍ତେ ବିଭିନ୍ନ ଆବଶ୍ୟକତା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ପ୍ରତ୍ୟେକ ଥର ପରି ଚଳିତ ଥର ମଧ୍ୟ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ପୋଲିଂ ପାର୍ଟି ଗୁଡିକ ପ୍ରତ୍ୟେକ ବୁଥକୁ ଯିବେ ଓ ମତଦାନ କାର୍ଯ୍ୟ ଶେଷ ହେବାପରେ ପୁନର୍ବାର ଫେରି ସେହିଠାରେ ଇଭିଏମ ଓ ଭିଭିପାର୍ଟ ମେସିନ ଗୁଡିକ ସଂପୃକ୍ତ ସରକାରୀ କର୍ମଚାରୀମାନଙ୍କୁ ହସ୍ତାନ୍ତର କରିବେ ।

ଭୋଟ ଶେଷହେବା ପରେ ସେହି କଲେଜ ପରିସରରେ ମେ ମାସ ୨୩ତାରିଖରେ ଭୋଟ କାଉଂଟିଂ ମଧ୍ୟ ଅନୁଷ୍ଠିତ ହେବ । ଏଣୁ ସେଠାରୁ ସମସ୍ତ ନିର୍ବାଚନ କାର୍ଯ୍ୟ ପରିଚାଳନା ହେବାକୁ ଥିବାରୁ କଲେଜରେ ଷ୍ଟ୍ରଙ୍ଗରୁମ ନିର୍ମାଣ,ପୋଲିଂ ପାର୍ଟି ଗୁଡିକୁ ଭୋଟ ନିମନ୍ତେ ବିଭିନ୍ନ ସରଞ୍ଜାମ ଯୋଗାଇ ଦେବାକୁ ଯେଉଁ କାଉଂଟର ଗୁଡିକ ଖୋଲାଯିବ ସେସବୁ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଟ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହିତ ଆବଶ୍ୟକ ସମୟ ପୂର୍ବରୁ ସେସବୁର କାର୍ଯ୍ୟ ସମାପନ କରିବାକୁ ନିର୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ।

ଏହି ପରିଦର୍ଶନ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଣୟ କୁମାର ନାୟକ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ନିର୍ବାଚନ ଉପ ବିଭାଗର ମୁଖ୍ୟ ଲିପିକ ଶିଶୀର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting