ରୋଗୀ ଅଧିକ ହେଲେ ଡାକ୍ତର ନାହାନ୍ତି

Straight to the Point

ଆରଡ଼ି,(ଓଡିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଳମଣି । ଯେଉଁ ଠିକି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁତ ପର୍ଯ୍ୟଟକ ଆସିଥାନ୍ତି । ବାବା ଆଖଣ୍ଡଳମଣି ଙ୍କୁ ଦର୍ଶନ କରିବା ଲାଗି।ହେଲେ ଏଠି ଜିଲ୍ଲା ପ୍ରଶାସନ ଯେମିତି ପୀଠ ପ୍ରତି ଅଣଦେଖା କରୁଛି ତାହା ବାରିହୋଇ ପଡୁଛି । ବିଶେଷ କରି  ପୀଠରେ ଥିବା ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି କି ରୋଗୀ ଆସୁଛନ୍ତି ହେଲେ ଡାକ୍ତର ନାହାଁନ୍ତି।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ୩ଟି ଜିଲ୍ଲାର   ଲୋକେ ନିର୍ଭର କରନ୍ତି। ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି ।ଏଠି କିନ୍ତୁ ବାସ୍ତବ ଚିତ୍ର ଅଲଗା ଏତ ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ ସତେ ଯେମିତି ସ୍ବର୍ଗ ଦ୍ୱାର ପାଲ ଟିଛି ।

ଆରଡ଼ି ଠାରୁ ଭଦ୍ରକ ର ଦୂରତା ୩୬ କିମି ଥିବାରୁ ଦୁର୍ଘଟଣା ରୋଗୀ ଙ୍କ ପାଇଁ କାଳ ସାଜିଛି ଏହି ଚିକିତ୍ସା କେନ୍ଦ୍ର । ଏବଂ ଗର୍ଭବତୀ ମହିଳା ମାନେ ଗର୍ଭ ଯନ୍ତ୍ରଣା ସହି ନପାରି । ଆରଡ଼ି ଠାରୁ ଧୂସୁରି ସ୍ୱାସ୍ଥ୍ୟ କେନ୍ଦ୍ର ଦୂରତା ୧୫,କିମି ଯିବାକୁ ପଡିଥାଏ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ନଜର ଆସୁନାହିଁ ଜିଲ୍ଲା ର ପର୍ଯ୍ୟଟନ ପୀଠରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନାହାନ୍ତି ।କିଛି ଦିନ ପୂର୍ବରୁ ଏକ ଡାକ୍ତର ଥିଲେ କୌଣସି କାରଣରୁ ତାଙ୍କୁ ୧୫ କିମି ଦୂର ଧୂସୁରି ଏରିଆ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଟ୍ରାନ୍ସଫର କରି ଦିଆଯାଇଛି  ।ଯାହା ଫଳରେ ରୋଗୀ ସେବା ମିଳୁନାହିଁ ।ସରକାର ଏଥି ପ୍ରତି ନଜର ଦେବା ଲାଗି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

error: Thank You Keep Visiting