ସାଧାରଣ ନିର୍ବାଚନ ଉପଲକ୍ଷେ ବିଜେପିର ପ୍ରଚାର ଗାଡି ଉଦଘାଟିତ
କେନ୍ଦ୍ରାପଡା ,(ଓଡ଼ିଶା ଜର୍ଣ୍ଣାଲ): ଚଳିତ ସାଧାରଣ ନିର୍ବାଚନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ନିମନ୍ତେ ୨୧ ପ୍ରଚାର ଗାଡିକୁ ଉଦଘାଟନ କରାଯାଇଛି । ଏହି ଉପଲକ୍ଷେ ଗୋପସ୍ଥିତ ଜିଲ୍ଲ ବିଜେପି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ଓ ବରିଷ୍ଠ ବିଜେପି ନେତା ଭୂବନମୋହନ ଜେନା ଏହି ପ୍ରଚାର ଗାଡି ଗୁଡିକୁ ଉଦଘାଟନ କରିଥିଲେ ।
ଏହି ଗାଡି ଗୁଡିକ ମଧ୍ୟରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏଁ ଗାଡି ବୁଲି ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ସେ ତାଙ୍କ ସାସଂଦ ସମୟ ମଧ୍ୟରେ କରିଥିବା ବିକାଶ କାର୍ଯ୍ୟ ସମ୍ପର୍କରେ ପ୍ରଚାର କରିବ ବୋଲି ଗୋପସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସଲୀମ ଖାନ,ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।