ଭୂମିହୀନ ପଟ୍ଟା ଓ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ୧୨ଟି ଆଦିବାସୀ ପରିବାର

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଦଳିତ ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ପ୍ରକୃତରେ ଏହାର ସୁଫଳ ଅନେକ ଆଦିବାସୀ ଓ ଦଳିତ ଲୋକମାନେ ପାଇପାରୁନାହିଁନ୍ତି । ଭୂମିହୀନ ଲୋକମାନଙ୍କୁ ଜମିପଟ୍ଟା ଦିଆଯିବା ପରିବର୍ତ୍ତେ ସ୍ୱଛଳ ବର୍ଗର ଲୋକମାନଙ୍କୁ ଜମିପଟ୍ଟା ଦିଆଯାଉଅଛି ।ପ୍ରକୃତ କୋଠାଘର ନଥିବା ଚାଳଛପର ଝାଟିମାଟି ବିପଦପୂର୍ଣ୍ଣ ଭଙ୍ଗା କୁଡିଆରେ ବାସ କରୁଥିବା ହଜାର ହଜାର ଗରିବ ଲୋକ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି ।

ଯେଉଁମାନେ ସ୍ୱଛଳ ବର୍ଗର ଲୋକ କୋଠାଘର ଅଛି ସେମାନଙ୍କ ଠାରୁ ମୋଟା ଅଙ୍କର ଉକୋôଚ ନେଇ ସେହିମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁପକ୍କା ଗୃହ ଯୋଜନାରେ ଘର ଯୋଗାଇ ଦିଆଯାଉଅଛି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କଟକ ଜିଲ୍ଲାର ନିଶ୍ଚିତ କୋଇଲି ବ୍ଲକ ଅଧିନସ୍ଥ କିଶନଗର ତହସିଲ ଅଂଚଳର ଶିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମରେ ଆଜକୁ ୬୦ବର୍ଷ ହେଲା ବାସ କରୁଥିବା ୧୨ଗୋଟି ଆଦିବାସୀ ପରିବାର ସରକାରଙ୍କର ସମସ୍ତ ଯୋଜନାରୁ ବଂଚିତ ହୋଇଛନ୍ତି । ସେମାନେ ସରକାରୀ ଜାଗାରେ ଭଙ୍ଗା କୁଡିଆରେ ନିଜର ପରିବାରକୁ ନେଇ ଭାଗ୍ୟକୁ ଆଦରି ଆଜକୁ ୬୦ବର୍ଷ ହେଲା ଦୁଃଖ କଷ୍ଟରେ ପଡିରହିଛନ୍ତି ।

ଭୂମିହୀନ ପଟ୍ଟା ଟିଏ ପାଇବାପାଇଁ କଟକ ଜିଲ୍ଲାପାଳ ଏବଂ କିଶନନଗର ତହସିଲ କାର୍ଯ୍ୟାଳୟକୁ ୨୦ବର୍ଷ ହେଲା ଦୌଡି ଦୌଡି ହତାଶ ହୋଇ ପଡିଛନ୍ତି । ଏହି ୧୨ଗୋଟି ଆଦିବାସୀ ପରିବାର ମଧ୍ୟରୁ କାହାରିକୁ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦିଆଯାଇନାହିଁ । ଏମାନଙ୍କ ମଧ୍ୟରେ ୨ଜଣ ବିଧବା ମହିଳାଙ୍କୁ ୨ବର୍ଷ ହେଲା ବିଧବା ହୋଇଥିଲେ ମଧ୍ୟ ସେମାନଙ୍କୁ ବିଧବା ଭତ୍ତ ଦିଆଯାଉନାହିଁ । ସେମାନେ ହେଲେ ବିଧବା ବୁଲି ମୁର୍ମୁ , ଜାନକୀ ସିଂ , ସେହିପରି ଏହି ଗ୍ରାମରେ ଥିବା ଆଦିବାସୀ ଲୋକମାନଙ୍କୁ ବାଧ୍ୟର୍କ ଭତ୍ତ । ଯୋଗାଇ ଦିଆଯାଉନାହିଁ ।

ଏହାଛଡା ଏହି ୧୨ଗୋଟି ଆଦିବାସୀ ପରିବାର କାଳିଆ ଯୋଜନାରୁ ବଂଚିତ ହୋଇଛନ୍ତି । ସ୍ୱଛଭାରତ ଯୋଜନା ଠାରୁ ବହୁ ଦୂରରେ ଏହି ୧୨ଗୋଟି ଆଦିବସୀ ପରିବାର । ଏମାନଙ୍କ ମଧ୍ୟରୁ କେହିଜଣେ ହେଲେ ପାଇଖାନା ପାଇନାହାଁନ୍ତି । ଏହି ୧୨ଗୋଟି ଆଦିବାସୀ ପରିବାର ହେଲେ ଭବବାନ ମାରେଣ୍ଡି , ହେମନ୍ତ ମାରେଣ୍ଡି , ସୁନାରାମ ସିଂ, ବୁଲି ମୁର୍ମୁ , ରଘୁ ଟୁଡୁ , ବୁଟୁ ସିଂ , ଜଗନାଥ ସିଂ , ବଳରାମ ସିଂ , ରାମ ଟୁଡୁ , ସୋରେନ ସିଂ , ବନମାଳୀ ମାରେଣ୍ଡି , ଜାନକୀ ସିଂ । କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

error: Thank You Keep Visiting