ଖଣିଜ ପାଣ୍ଠିକୁ ମିଶି ଲୁଟିଲେ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତ ପାଖରେ ପଞ୍ଚାୟତ ହାଇସ୍କୁଲ କ୍ୟାମ୍ପସ୍ ଭିତରେ ଡି.ଏମ୍.ଏଫ ଫଣ୍ଡ ତରଫରୁ ପାଞ୍ଚ ଲକ୍ଷ୍ୟ ଟଙ୍କା ବ୍ୟୟରେ ଏକ କଂକ୍ରିଟ ରୋଡ୍ କାମ ଚାଲୁ ଅଛି । ସେହି କାମଟି ବିଭାଗର ଜେ.ଇଙ୍କ ନାମରେ । ସେହି କଂକ୍ରିଟ ରୋଡ କାମ ଚାଲୁଥିବା ସମୟରେ ବ୍ଲକର ଜେ.ଇ କୌଣସି ଦିନ ଉପସ୍ଥିତ ରହୁ ନଥିବାରୁ କାମକୁ ଠିକାଦାର ମନ ଇଚ୍ଛାରେ କରୁଛନ୍ତି । ତାହା ଅତି ନିମ୍ନ ମାନର କାମ ବୋଲି ଅଧ୍ୟକ୍ଷ୍ୟ ଅଭିଯୋଗ କରିଛନ୍ତି । ଠିକାଦାର ତିନି, ଚାରି ଇଞ୍ଚ୍ କାମ କରିବା ସହିତ ଭାଗ ମାପ ବହୁତ ନିମ୍ନ ମାନର ।

ଏ ବିଷୟରେ ବିଭାଗର ଜେ.ଇଙ୍କୁ ପଚାରି ଅବଗତ କରିବା ସହିତ କାମ ପାଖରେ ନଥିବା ଅବସ୍ଥାରେ କେମିତି କାମ ଚାଲୁଛି । ବିଡିଓଙ୍କୁ ଏ ସମସ୍ତ ବିଷୟରେ ଅବଗତ କରାଇଲେ ମଧ୍ୟ କୌଣସି ଉତ୍ତର ମିଳି ପାରିଲା ନାହିଁ । ନିଜେ ବ୍ଲକ ଅଧ୍ୟକ୍ଷ ସେହି କାମକୁ ଜନସାଧାରଣ ମାନଙ୍କ ଠାରୁ ଶୁଣି ତଦନ୍ତ କରିବାକୁ ଯାଇ ଜିଲ୍ଲାପାଳ ଓ ପି.ଡି ଙ୍କୁ ଜଣାଇବା ସହିତ ବିଭାଗର ଜେ.ଇ ଓ କାମ କରୁଥିବା ଠିକାଦାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

error: Thank You Keep Visiting