ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନତାଙ୍କୁ ଦେଲେ “୧୯ ବର୍ଷର ସରକାର ବଦଳିବା ଦରକାର” ର ବାର୍ତା

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ମାନ ଜାରି ରହିଛି । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର,ପ୍ରସାର ଜୋରସୋରରେ ଆରମ୍ଭ ହୋଇଯାଇଛି । ସମସ୍ତ ଶକ୍ତି କେନ୍ଦ୍ରରେ କାର୍ଯ୍ୟକର୍ତାଙ୍କ ସମାବେଶ ସାଙ୍ଗକୁ ଯୁବମୋର୍ଚ୍ଚା ତରଫରୁ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଜୟ ସଙ୍କଳ୍ପ ସଭା ମାଧ୍ୟମରେ ସମଗ୍ର ନିର୍ବାଚନମଣ୍ଡଳୀରେ ଦୈନିକ ୨୦ରୁ ଉଦ୍ଧ୍ୱର୍ ସ୍ଥାନରେ ସଭା କରାଯାଇ ବକ୍ତାମାନେ ୧୯ବର୍ଷ ସରକାରର ଅପାରଗତା ଏବଂ ୫ ବର୍ଷର ମୋଦୀ ସରକାର ସଫଳତା ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଇ ୧୯ବର୍ଷର ସରକାରକୁ ବଦଳାଇବା ଦରକାର ବୋଲି ଦେଇଛନ୍ତି ।

୧୦ବର୍ଷର ବିଧାୟକ ତାଳଚେର ପାଇଁ ବିଧାନସଭାରେ କୈାଣସି ପ୍ରଶ୍ନ ନପଚାରିବା ଏବଂ ତାଳଚେରବାସୀଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣଭାବରେ ଅଣଦେଖା କରିବା,ଡାକ୍ତର ନିଯୁକ୍ତି,ବେକାରଙ୍କୁ ରୋଜଗାର,ପିଇବା ପାଣି ସମସ୍ୟା ଏସବୁ ଉପରେ ବିଧାୟକଙ୍କ ଅପାରଗତାକୁ ବକ୍ତାମାନେ ସର୍ବସାଧାରଣରେ ପ୍ରକାଶ କରୁଛନ୍ତି । ସେହିପରି ତାଳଚେର ମେଡ଼ିକାଲ କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ନହୋଇ ପାରିବା,ନବୋଦୟ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ତାଳଚେର ଥର୍ମାଲ ପ୍ଲାଂଟକୁ ଚକ୍ରାନ୍ତ କରି ସମ୍ପ୍ରସାରଣ କରାଇ ନଦେବା ଫଳରେ ୫ହଜାରରୁ ଉଦ୍ଧ୍ୱର୍ ଯୁବକଙ୍କ ନିଯୁକ୍ତିରେ ବିଧାୟକ ବାଧକ ସାଜିବା ଆଦି ପ୍ରସଙ୍ଗରେ ଲୋକମାନଙ୍କୁ ସତର୍କ କରାଉଛନ୍ତି । ପୁନଶ୍ଚ ପଥପ୍ରାନ୍ତ ନାଟକ ମାଧ୍ୟମରେ ତାଳଚେର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ୧୯ବର୍ଷର ସରକାର ବଦଳିବା ଦରକାର ଉପରେ ନାଟକ ମଂଚସ୍ଥ କରାଯାଉଥିବାର ପରିଲକ୍ଷିତ ହୋଇଛି ।

error: Thank You Keep Visiting