ବିଜେପିର ମିଶ୍ରଣ ପର୍ବରେ ବହୁ ବିଜେଡି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ।
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ଦଳରୁ ଟିକେଟ ହାତେଇ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କ ନେତୃତ୍ୱରେ ଆଜି ଆରଡ଼ି ସୁନ୍ଦରପୁର ନାନ୍ଦପୁର, ପଞ୍ଚାୟତ ର ବହୁ କଂଗ୍ରେସ ଓ ବିଜେଡ଼ି କର୍ମୀ ବିଜେପି ଦଳ ରେ ସାମିଲ ହୋଇଥିଲେ।ଦଳକୁ ମଜବୁତ କରିବା ଲାଗି ଶ୍ରୀ ସାମଲ ବହୁ ଚେଷ୍ଟା ଚଳାଇଛନ୍ତି।ବିଶେଷ କରି ଆରଡ଼ି ପଞ୍ଚାୟତ ର ସନ୍ତରା ଗ୍ରାମର ୫୦ପରିବାର ଯୋଗ ଦେଇଥିଲେ ।ଏହି କର୍ମୀମାନଙ୍କୁ ଶ୍ରୀ ସାମଲ ପୁଷ୍ପ ଗୁଛ ଦେଇ ଦଳକୁ ଶକ୍ତି ସାଳି କରିବା ସହିତ ଆଗାମୀ ଦିନରେ ନିଶ୍ଚିତ ଆମେ ଏକ ନୂଆ ସଂକଳ୍ପ ନେବା ବୋଲି କହିଥିଲେ।