ମଧ୍ୟାହ୍ନ ଭୋଜନ ଚାଉଳ ଓ ବିଦ୍ୟାଳୟ ସାମଗ୍ରୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦ୍ୱାରା ହଡ଼ପ ଅଭିଯୋଗ

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତେନ୍ତୁଲିପଦା ଗ୍ରାମ ପଞ୍ଚାୟତରେ ଥିବା ବାଇଁଗୋଳ ପ୍ରାଥମିକ ବିଦ୍ୟାଳୟରୁ ସେହି ବିଦ୍ୟାଳୟର ପ୍ରାଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ରାଣୀ ଲେଙ୍କା ମଧ୍ୟାହ୍ନ ଭୋଜନ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ହଡ଼ପ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ମାସ ୧୫ ତାରିଖ ସନ୍ଧ୍ୟା ସମୟରେ ଏକ ଧଳା ରଂଗର କାର ନଂ ଓଆର ୦୨ ବି ଡ଼ବ୍ଲୁ ୫୨୪୨ ଗାଡ଼ିଟି ବିଦ୍ୟାଳୟ ପରିସରରେ ଥିବା ଦେଖି ଗ୍ରାମବାସୀ ପହଞ୍ଚିଥିଲେ । ଏହି କାରଟ୍ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଲେଙ୍କା ମଧ୍ୟାହ୍ନ ଭୋଜନ ଚାଉଳ ୩ ବସ୍ତା ଓ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତିକରି ନେଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଗ୍ରାମର ନାରାୟଣ ନାୟକ, କୁଇନା ସ୍ୱାଇଁ, ରମେଶ ସାମଲ, ଅଞ୍ଜନା ସେଠୀ, ମଧୁସ୍ମିତା ରାଉତ, ସିଦେ୍ଧଶ୍ୱର ସାମଲ, ଭାଗବତ ମନ୍ତ୍ରୀ, ହରେକୃଷ୍ଣ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷର ସମ୍ବଳିତ ଅଭିଯୋଗ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ୧୬ ତାରିଖରେ କରାଯାଇଥିବା ଜଣାପଡ଼ିଛି । ବିଦ୍ୟାଳର ସିଆରସିସି ଅକ୍ଷୟ କୁମାର ନାୟକଙ୍କ ଘରପାଖ ତଥା ଗ୍ରାମ ବିଦ୍ୟାଳୟରେ ଏହିଭଳି ଘଟଣା ଘଟିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସୁଥିବା ଉନ୍ନୟନ ମୂଳକ ପାଣ୍ଠି ବିନିଯୋଗ କରାଯାଉନଥିବାର ପ୍ରମାଣ ସ୍ୱରୁପ ବିଦ୍ୟାଳୟର ବାଉଣ୍ଡରି ୱାଲ ଅଦ୍ୟାବଧି ହୋଇନଥିବା ଦେଖିବାକୁ ମିଳିଛି । ଏହି ପାଣ୍ଠଇ ବିନିଯୋଗ ସମ୍ପର୍କିତ ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବବୋଲି ମତ ପ୍ରକାଶ ପାଇଛି । ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ରଘୁନାଥପୁର ବ୍ଲକ ଶିକ୍ଷାଧିକାରୀ ରାଜଶ୍ରୀ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ତଦନ୍ତ ରିପୋର୍ଟ ଆସିଲେ ଯାହା କାର୍ଯ୍ୟାନୁଷ୍ଠାନ କରାଯିବ ।

error: Thank You Keep Visiting