ତାଳଚେର ନିର୍ବାଚନମଣ୍ଡଳୀରେ ବିଜେପିକୁ ଅଗ୍ରଣୀ କରାଇବାକୁ କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ସଙ୍କଳ୍ପ

Straight to the Point

ତାଳଚେର: ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଏହାର ପ୍ରଚାର ଓ ପ୍ରସାର ଜୋରସୋରରେ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ସମଗ୍ର ତାଳଚେର ନିର୍ବାଚନମଣ୍ଡଳୀରେ ବିଜୟ ସଙ୍କଳ୍ପ ସଭା ସମେତ ବୁଥ୍ ସ୍ତରୀୟ ଅଭିଯାନ,ପଥପ୍ରାନ୍ତ ସଭା ଆଦି ଅନୁଷ୍ଠିତ ହେଉଛି । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଘରଘର ବୁଲି ରାଜ୍ୟରେ ୧୯ବର୍ଷର ଅପାରଗ ସରକାର ବଦଳିବା ଦରକାର ବୋଲି ଜନସଚେତନତା ସୃଷ୍ଟି କରିବାସହ କେନ୍ଦ୍ରର ମୋଦୀ ସରକାରଙ୍କର ଗରିବ କଲ୍ୟାଣ ଯୋଜନା,ମହିଳା ସଶକ୍ତିକରଣ ଯୋଜନା ଆଦି ସମ୍ପର୍କରେ ପ୍ରଚାରପତ୍ର ବଂଟନ କରୁଛନ୍ତି ।

ସେହିପରି ଉକ୍ତ ନିର୍ବାଚନମଣ୍ଡଳୀରେ ଥିବା ୬ ଟି ମଣ୍ଡଳରେ ବିଜେପିର ବକ୍ତାମାନେ ରାଜ୍ୟ ସରକାରଙ୍କର ପ୍ରତିଟି କ୍ଷେତ୍ରରେ ବିଫଳତା ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଉଛନ୍ତି । ବିଜେପି ଯୁବମୋର୍ଚ୍ଚା ତରଫରୁ ଘରେଘରେ ପତାକା ଅଭିଯାନ ପୂର୍ବକ ବିଭିନ୍ନ କାର୍ଯ୍ୟକର୍ତା ଏବଂ କର୍ମୀଙ୍କ ଘର ଉପରେ ଦଳୀୟ ପତାକା ଲଗାଇ ନିର୍ବାଚନରେ ଜିତିବା ସଙ୍କଳ୍ପ ନେଉଛନ୍ତି । ସେହିପରି ବିଭିନ୍ନ ପଥପ୍ରାନ୍ତ ନାଟକ ମାଧ୍ୟମରେ ରାଜ୍ୟରେ ବୃଦ୍ଧି ପାଇଥିବା ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା ଆଦି ପ୍ରସଙ୍ଗ ଉତଥାପନ କରାଯାଉଛି ।

ଏଗୁଡ଼ିକୁ ଦୂର କରିବାକୁ ହେଲେ କେନ୍ଦ୍ର ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦରକାର ବୋଲି ବିଜେପି କାର୍ଯ୍ୟକର୍ତମାନେ ପ୍ରଚାର ପ୍ରସାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ତାଳଚେର ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଜୟଯୁକ୍ତ କରାଯିବା ତଥା ତାଳଚେର ନିର୍ବାଚନମଣ୍ଡଳୀର ମୋଟ ୨୦୧ ବୁଥରେ ବିଜେପିକୁ ଏକ ନମ୍ବର କରିବାକୁ ଲକ୍ଷ୍ୟ ରଖି ଦଳର ଶହଶହ କାର୍ଯ୍ୟକର୍ତା ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି ।

ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ,ମଣ୍ଡଳ ସଭାପତି ଚୈତନ୍ୟ ପ୍ରଧାନ,ବରୁଣ ସାହୁ,ହରମୋହନ ମିଶ୍ର,ଅଖିଳ ସାମଲ,ବିରଂଚି ସାହୁ,ଲୋକନାଥ ପ୍ରଧାନ,ଦେବେନ୍ଦ୍ର ବାରିକ,ଯଶୋବନ୍ତ ଦାସ, ଜୟନ୍ତ ଭୂତିଆ,ବାଲ୍ମିକୀ ପ୍ରସାଦ କେଶରୀ,କାଳନ୍ଦି ପ୍ରଧାନ,ଜ୍ଞାନେନ୍ଦୀୟ ସେଠୀ,କବିତା ବେହେରା,ମହିଳା ମୋର୍ଚ୍ଚାର ସଂଯୁକ୍ତା ମହାରଣା,ଦିପ୍ତିପ୍ରଭା ମହାରଣା,ମୃଣାଳିନୀ ପଟ୍ଟନାୟକ,ସଙ୍ଗୀତା ସାହୁ,ସୁଫଳା ପୃଷ୍ଟି.ମିଲି ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି । ତାଳଚେର ନିର୍ବାଚନମଣ୍ଡଳୀ ବିଜୟ ସଂକଳ୍ପ ସଭାର ସଂଯୋଜକ ପର୍ଶୁରାମ ବାରିକଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି ।

error: Thank You Keep Visiting