ତାଳଚେର ରାଜନୀତିରେ ହେବ ମହା ଲଢେଇ; ମୁଖ୍ୟ ସମସ୍ୟାକୁ ନେଇ ବର୍ଷିବେ ତାଳଚେରବାସୀ

Straight to the Point

ତାଳଚେର : କିଛିଦିନ ପରେ ତାଳଚେର ସହରରେ ହେବାକୁ ଯାଉଛି ନିର୍ବାଚନ । କିନ୍ତୁ ବଡ ବିଡମ୍ବନାର ବିଷୟ ତାଳଚେରରେ ଆସି ପାରିଲା ନାହିଁ କୌଣସି ପରିବର୍ତ୍ତନ । ନା ଦୂର ହୋଇ ପାରିଛି ବେକାରୀ ସମସ୍ୟା, ନା ମିଳି ପାରିଛି ପାନୀୟ ଜଳ, ନା ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ । ତାଳଚେର ସହର ଏକ ନାମିଦାବୀ ସୁନାର ସହର ହୋଇଥିବାର ବେଳେ ଏଠି ଏମ୍ସିଏଲ, ଏନ୍ଟିପିସି ଭଳି ମହାରତ୍ନ ଉପାଧି ପାଇଥିବା କମ୍ପାନୀ ଥାଇ ମଧ୍ୟ ତାଳଚେରବାସୀଙ୍କ ପାଇଁ ସାମାନ୍ୟ ତମ ସୁବିଧା ମଧ୍ୟ ନାହିଁ । ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ପାନୀୟ ଜଳର ସୁବିଧା ନାହିଁ ଓ ପ୍ରଦୂଷଣରେ ଜର୍ଜରିତ ତାଳଚେର ଅଧିବବାସୀ ।

ଏହି କମ୍ପାନୀ ଗୁଡିକ ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଥିବା ବେଳେ ତାଳଚେର ବାସୀଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା । ଏଥି ପାଇଁ ଦାୟୀ କିଏ ? ପ୍ରଦୂଷଣ ବାବଦକୁ କୋଟି କୋଟି ଟଙ୍କା ତାଳଚେର ପାଇଁ ପ୍ରଦାନ କରୁଛନ୍ତି କମ୍ପାନୀ ଗୁଡିକ, କିନ୍ତୁ ଏ ସବୁ ଟଙ୍କା ଯାଉଛି କୁଆଡେ ? କଣ ଲୋକ ପ୍ରତିନିଧିଙ୍କ ଅଜାଣତରେ ଏ ସବୁ ଟଙ୍କା ଭଷ୍ମ ହୋଇ ଯାଇଛି ? ପ୍ରଦୁଷଣ ପାଇଁ ତାଳଚେର ବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ, ଏହି ପ୍ରଦୂଷଣ ପାଇଁ ପ୍ରତିଦିନ ବହୁ ଦୁର୍ଘଟଣା କିନ୍ତୁ ତାଳଚେର ମୁଖ୍ୟ ଚିକିତ୍ସାଳୟରେ ନାହିଁ ଚିକିତ୍ସାର ବ୍ୟବସ୍ଥା ! ନାହାନ୍ତି ଡାକ୍ତର ! ପ୍ରକାଶ ଥାଉକି ଏମ୍ସିଏଲରୁ କୋଇଲା କଞ୍ଚାମାଲ ଭାବରେ ଏନ୍ଟିପିସିରେ ବ୍ୟବହୃତ ହୋଇ ଉତ୍ପାଦନ ହେଉଛି ବିଜୁଳି ଶକ୍ତି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ପ୍ରାୟ ସମୟ ଅନ୍ଧାରରେ ରହୁଛି ତାଳଚେର ର ଗ୍ରାମଠୁ ସହର । ଏହା କଣ ଲୋକ ପ୍ରତିନିଧିଙ୍କ ଅଜ୍ଞାତରେ ଅଛି ।

ଏ ପରିପେକ୍ଷୀରେ ୨୦୧୯ ନିର୍ବାଚନରେ ପ୍ରତ୍ୟେକ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ତାଳଚେର ବାସୀଙ୍କ ସାମ୍ନାକୁ ଆସୁଛନ୍ତି, ସେ କଣ ଏ ସବୁ ସମସ୍ୟାକୁ ହୃଦୟଙ୍ଗମ କରିବେ ? ଏହାର ଜବାବ ଏଥର ତାଳଚେରବାସୀ ଦେବେ ବୋଲି ସବୁଠି ଚର୍ଚ୍ଚା ହେଉଛି । ବିଜେଡି ଦୀର୍ଘ ବର୍ଷ ଶାସନରେ ଅଛି, ତେବେ ବାକି ରହିଲେ କଂଗ୍ରେସ ଓ ବିଜେପି । ଏହି ଦୁଇ ଦଳ ମଧ୍ୟରୁ ଯଦି କୌଣସି ଦଳ କ୍ଷମତାକୁ ଆସେ ତାଳଚେରରେ ହୋଇ ପାରିବ କି ସମସ୍ୟାର ସମାଧାନ, ତାଳଚେର ବାସୀ ଦେବେ ଉତ୍ତର ।

error: Thank You Keep Visiting