ତିର୍ତ୍ତୋଲରେ ବିଜେପି ବିଧାୟକ ପାର୍ଥି ରମାକାନ୍ତଙ୍କ କୁଶପୁତଳିକା ଦାହ କଲେ ଯୁବମୋର୍ଚ୍ଚା

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପିରେ ରମାକାନ୍ତ ଭୋଇଙ୍କ ସମେତ ଇଂ ହରିହର ବେହେରା, ସଞ୍ଜୟ ଦାସ ମଧ୍ୟ ଆଶାୟୀ ଥିଲେ । ବିଜେପି ଦଳ ପକ୍ଷରୁ ପ୍ରଫେସର ରମାକାନ୍ତ ଭୋଇଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ôଥଭାବେ ଘୋଷଣା ହେବାପରେ ନିର୍ବାଚନ ମଣ୍ଡଳୀ ବିଜେପି ମଧ୍ୟର କନ୍ଦଳ ସୃଷ୍ଟି ହୋଇଛି ।

ତିର୍ତ୍ତୋଲସ୍ଥିତ ନେହେରୁ ପଡ଼ିଆଠାରେ ସାରଳା ମଣ୍ଡଳ ଉପସଭାପତି ଅଜୟ ରାଉତ, ଜିଲ୍ଲା ଏସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସାଗର ଦାସ, ଦିପକ ପୃଷ୍ଟି, ତୋଫାନ ମହାପାତ୍ର, ସୁଦର୍ଶନ ନାଥ, ଆନନ୍ଦ ମହାନ୍ତି, ସାରଳା ମଣ୍ଡଳ ଏସି ସଭାପତି ରଞ୍ଜନ ସାହୁ, ପ୍ରଶାନ୍ତ ନାୟକ, ଅଜୟ ଖଣ୍ଡୁଆଳ, ପ୍ରମୋଦ ଦାସ, ସାରଳା ମଣ୍ଡଳ ଶକ୍ତି ପ୍ରମୁଖ ହିମାଂଶୁ ରାଉତ, ବିଜୟ କେତନ ଦାସ, ମାନସ ରଞ୍ଜନ ବିଶ୍ୱାଳ, ପ୍ରଭାତ ବାରିକ୍, ରଞ୍ଜନ ସେଠୀ, ଅମିୟ ମଲ୍ଲିକ, ବାବାଜି ମଲ୍ଲିକ, ଶୁକାନ୍ତ ଖୁଣ୍ଟିଆ, ବିରେନ୍ଦ୍ର ବାରିକ୍, ଶୁନନ୍ଦ ବିଶ୍ୱାଳ, ଜାନି ପ୍ରକାଶ ବେହେରାଙ୍କ ସମେତ ଯୁବମୋର୍ଚ୍ଚାର ୪୦ରୁ ଉର୍ଦ୍ଧ ବିଜେପି କର୍ମୀ ଯୋଗଦେଇ ରମାକାନ୍ତ ଭୋଇଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ରମାକାନ୍ତ ହଟାଅ ତିର୍ତ୍ତୋଲ ବିଜେପି ବଞ୍ଚାଅ ନାରାବାଜି ଦେଇଥିଲେ ।

ଶ୍ରୀଯୁକ୍ତ ଭୋଇ ଦଳୀୟ ଅର୍ଥକୁ ସଠିକ୍ କାର୍ଯ୍ୟରେ ନଲଗାଇବା, ଯୁବମୋର୍ଚ୍ଚା ମଣ୍ଡଳ କର୍ମକର୍ତ୍ତାମାନଙ୍କୁ ଅଣଦେଖା କରିବାକୁ ନେଇ ତିର୍ତ୍ତୋଲ ବିଜେପିରେ ବିଦ୍ରୋହର ବାତାବରଣ ଖେଳିଯାଇଛି । ରମାକାନ୍ତ ଭୋଇ ତିର୍ତ୍ତୋଲ ବିଧାନସଭାପାଇଁ ଉଚିତ୍ ପାର୍ôଥ ନୁହନ୍ତି ତାଙ୍କ ପାର୍ଥିପତ୍ରକୁ ଖାରଜ୍ କରାଯାଇ ନୁତନ ପାର୍ôଥ ଦେବାପାଇଁ ଦଳର ହାଇକମାଣ୍ଡଙ୍କ ନିକଟରେ ଯୁବମୋର୍ଚ୍ଚା ମଣ୍ଡଳର କର୍ମକର୍ତ୍ତାମାନେ ଦାବୀ କରିଛନ୍ତି ।

error: Thank You Keep Visiting