ମୁଆଁ ଗାଁରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଗଲା
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ର ମୁଆଁ ଗାଁ ର ଖଗେସ୍ୱର ମଲ୍ଲିକ ଏବଂ ପିତାମ୍ବର ମଲ୍ଲିକଙ୍କ ଦୁଇ ପରିବାର ୩ ବଖରା ଘର ଗତକାଲି ବିଳମ୍ବିତ ରାତିରେ ବିଦୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଥିଲା ।ନିଆଁ ର ପରିଣାମ ଏତେ ଅଧିକ ଥିଲା ଯେ ନିଆଁ ଲିଭାଇବା ବହୁତ କଷ୍ଟକର ହୋଇପଡିଥିଲା।ଖବର ପାଇ ଅଗ୍ନିଶମ ବିଭାଗ ପ୍ରାୟ ରାତି ୨ଟା ସମୟରେ ପହଂଚି ଥିଲେ ।
ସେତେବେଳକୁ ସବୁ କିଛି ସାରିଯାଇଥିଲା।ଏହି ନିଆଁ ରେ ପ୍ରାୟ ୧ ଲକ୍ଷ ଟଙ୍କାର ଜିନିଷ ଆସବା ପତ୍ର ପୋଡିଯାଇଥିଲା ।ବିଶେଷ କରି ଧାନ ଚାଉଳ ,ଲୁଗାପଟା, ପିଲାଙ୍କ ପାଠପଢ଼ା ବହି ,ଜାଲ ମଧ୍ୟ ପୋଡି ଯାଇଥିଲା। ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି ଯେ ଆରଡ଼ି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଏକ ଅଗ୍ନିଶମ ବିଭାଗ ରହିବା ଆବଶ୍ୟକ ବୋଲି କହିଥିଲେ ।