କନିମୂଳ ପଞ୍ଚାୟତରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ବଣ୍ଟନ

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ କିଲିପାଳ ଗ୍ରାମ ୱାର୍ଡ଼ ନମ୍ବର ୧୬ରେ ପଞ୍ଚାୟତର ସରପଞ୍ଚ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ବଣ୍ଟନ କରାଯାଇଥିଲା । କୃଷକ ମାନଙ୍କ ପାଇଁ “ ଚାଷ ମୋର ଦେଶ ମୋର”, ମହିଳା ଓ ଯୁବତୀମାନଙ୍କ ପାଇଁ ମୋ ଶିକ୍ଷା, ମୋ ସମ୍ମାନ, ମୋ ସୁରକ୍ଷା, ଯୁବକ ମାନଙ୍କ ପାଇଁ ରୋଜଗାର, ମୋ ଅଧିକାର ନାମରେ ୩ଟି ଲେଖାଁଏ ଗ୍ୟାରେଣ୍ଟି କାର୍ଡ଼ ବଣ୍ଟନ କରାଯାଇଥିଲା । ଉକ୍ତ ୱାର୍ଡ଼ରୁ ୮୬ ଜଣ ଚାଷୀ, ୭୬ ଜଣ ମହିଳା ଓ ୧୬ ଜଣ ଯୁବକ ନିଜ ନାମ ପଞ୍ଜି କରଣ କରାଇଥିଲେ ।

କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି କାର୍ଡ଼ରେ ପ୍ରତିଶୃତିକୁ ଭଲଭାବେ ବୁଝି ସଂକଳ୍ପ ନେଇ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ସମର୍ôଥତ ପାର୍ôଥକୁ ଭୋଟ ଦେଇ ବିଜୟ କରାଇବାରେ ଭାଗିଦାର ହେବେବୋଲି କହିଥିଲେ । ଅନ୍ୟମାନଙ୍କ ମ୍ମରେ ପଞ୍ଚାୟତର କଂଗ୍ରେସ ସଭାପତି ଅଶୋକ ମହାନ୍ତି, ସ୍ୱାଧିନ ଖୁଣ୍ଟିଆ, ବିଜୟ ବେହେରା, ଭାଗବତ ପ୍ରସାଦ, ସନ୍ତୋଷ ଜେନା, ଆଶିଷ ମଲ୍ଲିକ, ସ୍ୱାଗତ ରଞ୍ଜନ ଦାସ, ସଞ୍ଜୟ ଦାସ, ମକର ଭୋଇଙ୍କ ସମେତ ଶତାଧିକ ମହିଳା ପୁରୁଷ ଗ୍ୟାରେଣ୍ଟି କାର୍ଡ଼ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

error: Thank You Keep Visiting