ବେକରେ ରସି ଲଗାଇ ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ କନକପୁର ଫାଣ୍ଡି ଅନ୍ତର୍ଗତ କଟକ – ପାରାଦ୍ୱିପ୍ ରେଳ ରାସ୍ତାର ଝଙ୍କଡ଼ ସାରଳା ରେଳଷ୍ଟେସନର ଅନତି ଦୂରରେ ଥିବା ଏକ ଜାମୁ ଗଛରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ଏହି ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ମୋହନପୁର ଗ୍ରାମର ବାବାଜି ଦାସ ଙ୍କ ପୁଅ ବୋଲି ସ୍ଥାନୀୟ ଲୋକେ କହୁଥିବାବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଅପରପକ୍ଷରେ ଏହି ଘଟଣା ପୋଲିସ୍ କିମ୍ବା ଜିରାପି ପୋଲିସ ଜାଣିବା ପୂର୍ବରୁ ପରିବାର ଲେକେ ଯୁବକଙ୍କ ମୃତ ଶରୀରକୁ ନେଇଯାଇଥିଲେ । ପୋଲିସ ପାଖରେ କୌଣସି ଖବର ନଥିବା ସୁଚନା ମିଳିଛି ।

error: Thank You Keep Visiting