ରଘୁନାଥପୁର-ଗାନ୍ଧୀଛକ ମୁଖ୍ୟ ରାସ୍ତା ଏବେ ନେଉଟିଆ କିଆରୀରେ ପରିଣତ
ଜଗତସିଂହପୁର: ରଘୁନାଥପୁର-ଗାନ୍ଧୀଛକ ରାସ୍ତାଟି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ ନେଉଟିଆ କିଆରି ସଦୃଶ ପାଲଟିଛି । ପ୍ରକାଶଥାଉକି ଜଗତ୍ସିଂହପୁର ରାସ୍ତା ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ରଘୁନାଥପୁର-ଗାନ୍ଧୀଛକ ୧୨କିଲୋମିଟର ରାସ୍ତାଟି ଜିଲ୍ଲା ସଦରମହକୁମାକୁ ଯାତାୟତ ନିମନ୍ତେ ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତାଟି ଆଜକୁ ପ୍ରାୟ ୨୫ବର୍ଷ ତଳେ ପିଚୁରାସ୍ତା ନିର୍ମାଣ କରାଯାଇଥିଲା । ୨୫ବର୍ଷ ହେଲା ଏହି ରାସ୍ତାଟି ଆଉ ସ୍ଥାୟୀ ପିଚୁକାର୍ଯ୍ୟ ରଘୁନାଥପୁରରୁ ଗାନ୍ଧୀଛକ ପର୍ଯ୍ୟନ୍ତ କରାଯାଇନାହିଁ, କେବଳ ନିମ୍ନମାନର ତାଳିପକା କାର୍ଯ୍ୟ ଏହି ରାସ୍ତାରେ କରାଯାଉଅଛି ।
ଏହି ନିମ୍ନମାନର ତାଳିପକା କାର୍ଯ୍ୟ ହେବାର ୧୫ଦିନ ପରେ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ସଦୃଶ ପାଲଟିଛି । ଏହି ରାସ୍ତାଟି ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ତାଳିପକା କାର୍ଯ୍ୟ କରାଯାଇ ଯନ୍ତ୍ରୀ ଓ ଠିକାଦାରଙ୍କ ହାତଚିକଣ ହେଉଥିବା ବେଳେ ଲୋକମାନଙ୍କ ପାଇଁ ଏହି ରାସ୍ତାଟି ମରଣ ଯନ୍ତା ପାଲଟିଛି । ଏହି ରାସ୍ତାଟି ମରାମତି ଓ ପିଚୁ କାର୍ଯ୍ୟ ଗତ ୨୦୦୦ମସିହାରୁ ୨୦୧୯ ମଧ୍ୟରେ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର କାର୍ଯ୍ୟ କରାଯାଇଅଛି । ମାତ୍ର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।
ଏହି ରାସ୍ତାଟି ଏଭଳି ହୋଇଛି ଯେ ଏହି ରାସ୍ତାରେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଏହି ରାସ୍ତା ଦେଇ ରଘୁନାଥପୁର ବ୍ଲକକୁ ଆସନ୍ତି ନାହିଁ , ସେମାନେ ଜଇପୁର ଦେଇ ବୁଲି ବୁଲି ରଘୁନାଥପୁର ବ୍ଲକକୁ ଆସିଥାନ୍ତି । ରଘୁନାଥପୁର ବ୍ଲକର ହଜାର ହଜାର ଜନସାଧାରଣ ବାଧ୍ୟ ହୋଇ ନିଜର ଭାଗ୍ୟକୁ ଆଦରି ଏହି ରାସ୍ତାରେ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିଥାନ୍ତି ।ରଘୁନାଥପୁର ଗାନ୍ଧୀଛକ ରାସ୍ତାର ବସନ୍ତାଠାରୁ ସାଦେଇପୁର ସମଙ୍ଗଠାରୁ ସୁଜଙ୍ଗ ପର୍ଯ୍ୟନ୍ତ ରାସ୍ତାରୁ ପିଚୁ ମେଟାଲ ଉଠିଯାଇ ଶହ ଶହ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ଯାତାୟତ ନିମନ୍ତେ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡିଛି ।
ଏପରିକି ଏହି ରାସ୍ତାଟିକୁ ଯାନବାହନ ଯାତାୟତ ନିମନ୍ତେ ଦୂରର କଥା ପଥ·ରୀମାନେ ପାଦରେ ·ଲିଯବା ମଧ୍ୟ କଷ୍ଟକର ହୋଇପଡିଛି । ଏହି ରାସ୍ତାଟିରେ ବର୍ଷକ ବାରମାସ କୌଣସି ନା କୌଣସି ସ୍ଥାନରେ କେବଳ ତାଳିପକା କାର୍ଯ୍ୟ କରାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ଭଲ ହେବା ପରିବର୍ତ୍ତେ ଆହୁରି ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାଟି ଉପରେ ମୁଖ୍ୟତଃ ରଘୁନାଥପୁର ବ୍ଲକ୍ ସମେତ ତିର୍ତ୍ତୋଲ ବ୍ଲକ୍, ବିରିଡି ବ୍ଲକ୍, କଟକ ସଦର ବ୍ଲକ୍, ନିଶ୍ଚନ୍ତକୋଇଲିର ହଜାର ହଜାର ଜନସାଧାରଣ ଓ ଯାନବାହନ ଯାତାୟତ କରିଥାନ୍ତି । ଏହି ରାସ୍ତାଟିର ରଘୁନାଥପୁରରୁ ଗାନ୍ଧୀଛକ ପର୍ଯ୍ୟନ୍ତ ସ୍ଥାୟୀ ପିଚୁକାମ କରାଯିବାକୁ ଏ ଅଞ୍ଚଳର ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।