ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଇବାକୁ ଜୋରଧରିଲା କର୍ମୀଙ୍କ ଦାବି

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଇବାକୁ ଶତାଧିକ ବିଜେଡି କର୍ମୀ ଓ ନେତା ମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି । ପ୍ରକାଶ ଥାଉକି , ଆଗାମୀ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଇବା ଦାବିରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ନୂଆପଡା ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ରଘୁନାଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ରଙ୍କ ନେତୃୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ପାତ୍ର ଏଥିରେ ପୌରହିତ୍ୟ କରି ୧୦ବର୍ଷ ଧରି ତିର୍ତୋଲ ନିର୍ବାଚନ ମଣ୍ଡଳି ଅସଜଡା ହୋଇ ପଡିରହିଥିବା ବେଳେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଗଲେ ଏହି ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ।ଏଥିରେ ତିର୍ତୋଲ ବ୍ଲକର ବିଜେଡି ସଭାପତି ଯୋଗଦେଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୧୦ବର୍ଷ ହେଲା ବିଜେଡି କର୍ମୀ ଅଣଦେଖା ହୋଇ ରହିଛନ୍ତି ।ଏଣୁ ବିଷ୍ଣୁ ଦାସ ଭଳି ବରିଷ୍ଠ ନେତା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି କହିଥିଲେ ।ଏଥିରେ ବିଜେଡିର ଜଗତସିଂହପୁର ଜିଲ୍ଲା ଉପସଭାପତି ସରୋଜକାନ୍ତ ସ୍ୱାଇଁ ଯୋଗଦେଇ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଷ୍ଣୁ ଦାସ ଦଳୀୟ ଟିକେଟ ପାଇଲେ ସର୍ବାଧିକ ଭୋଟରେ ବିଜୟୀ ହେବେ ବୋଲି କହିଥିଲେ ।

ଏଥିରେ ସମିତିସଭ୍ୟ ମହେବୁଦ ବେଗ୍ , ବିଜେଡି ନେତା ଅଶୋକ ଦାସ , ଛାତ୍ରନେତା ବିମଳ ମହାପାତ୍ର , ବାବୁ ଦାସ , ବ୍ରଜ ମହାପାତ୍ର , ପୂର୍ବତନ ବିଜେଡି ସଭାପତି ଅଶୋକ ରାଉତରାୟ ,ରବିନ୍ଦ୍ର ସେଠୀ ,ଛାତ୍ର ନେତା ରଶ୍ମିରଂଜନ ଚୌଧୁରୀ , ରାକେଶ ରୋସନ ସେଠୀ , ଦେବୀପ୍ରସାଦ ମହାପାତ୍ର , ସରପଂଚ ସରୋଜ ଦାସ , ସରପଂଚ ପ୍ରମୋଦ ଜେନା , ସରପଂଚ ଶେଷଦେବ ସେଠୀ , ସରପଂଚ କବିତା ନାୟକ , ସରପଂଚ ଅଭିମନ୍ୟୁ ନାୟକ ,ସରପଂଚ ପୁଷ୍ପଲତା ଦାସ , ସରପଂଚ ଛବିଲତା ମହାନ୍ତି , ସମିତିସଭ୍ୟା ବୈଜୟନ୍ତୀ ପାତ୍ର , ସମିତିସଭ୍ୟ ପ୍ରମିଳା ଦେଇ ,ସମିତିସଭ୍ୟା ସ୍ୱର୍ଣ୍ଣଲତା ସାହୁ ,ସମିତିସଭ୍ୟା ଜୟନ୍ତୀ ଦାସ ,ସମିତିସଭ୍ୟ ସଂଜୟ ସ୍ୱାଇଁ , ସମିତିସଭୟ ମେହେବୁଗ୍ ବେଗ , ପୂର୍ବତନ ସରଂପଚ ତପନ ମଲ୍ଲିକ ,ବିଜେଡିନେତା , ଦିବାକର ଖଟୁଆ , ଅର୍ନ୍ତଯାମୀ ରାଉତ, ମନରଂଜନ ରାୟ(ଖୋକନ) , ତାରାକାନ୍ତ ଜେନା ,ଶ୍ରୀ ଚରଣ ମହାପାତ୍ର , ବାବାଜି ଜେନା , ପାର୍ଥ ସଖା ପାଲଟା ସିଂ , ବୈରାଗୀ ସାହୁ ,ଅବଦୁଲ୍ଲ କଲ୍ଲିମ ଖାଁ , ବୁଟୁ ସେଠୀ , ପ୍ରଭୁଦତ୍ତ ମହାନ୍ତି ପ୍ରମୁଖ ହଜାରରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ବିଜୁ ମହିଳା ସଂଘ , ବିଜୁ ଛାତ୍ର ଜନତା ସଂଘ, ବିଜୁ ଯୁବ ଜନତା ସଂଘର ଏକ ହଜାରରୁ ଉଦ୍ଧ୍ୱର୍ କର୍ମୀମାନେ ଯୋଗଦେଇ କରି ବିଷ୍ଣୁ ଦାସଙ୍କୁ ତିର୍ତୋଲରେ ପ୍ରାର୍ଥୀ କରାଇବାକୁ ମୁଖ୍ୟମନ୍ତୀଙ୍କ ନିକଟରେ ଦାବି କରିବା ସହିତ ଜଗତସିଂହପୁର ଲୋକସଭା ଆସନରେ ଡ.ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।

error: Thank You Keep Visiting