ବିଜେଡିରୁ ଇସ୍ତଫା ଦେଲେ ଜୟନ୍ତ କୁମାର ଷଡଙ୍ଗୀ

Straight to the Point

ପୁରୀ: ପୁରୀ ପୌରପରିଷଦର ପ୍ରାକ୍ତନ ନଗରପାଳ ତଥା ବିଜେଡି ର ଆଗଧାଡିର ପ୍ରମୁଖ ନେତା ଜୟନ୍ତ କୁମାର ଷଡଙ୍ଗୀ ଆଜି ବିଜୁ ଜନତା ଦଳରୁ ପ୍ରାଥମିକ ସଭ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ସେ ରାଜ୍ୟ ଦଳର ସଭାପତି ଙ୍କୁ ପଠାଇଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ ସୂଚନା ଦେଇ କହିଲେ ଯେ ଦଳ ମଧ୍ୟରେ ନିଜକୁ ସୁରକ୍ଷୀତ ମନେ କରୁନଥିବା ତଥା ଦଳ ପାଇଁ ତାଙ୍କର ଆବଶ୍ୟକତା ନଥିବା ଅନୁଭବ କରି ସେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ର ରେ ସୁଚାଇଛନ୍ତି ।

ବିଜୁ ଜନତା ଦଳ ର ସ୍ତାନୀୟ ନେତାଙ୍କର ବିକାଶ ମୂଳ କାର୍ଯ୍ୟରେ ଅଯୋଥା ହସ୍ତକ୍ଷପ କୁ ନାପସନ୍ଦ କରିବା ଏବଂ ଦଳରେ ସେ ସୁରକ୍ଷୀତ ନଥିବା କାରଣ ରୁ ସେ ଇସ୍ତଫା ପତ୍ର ଦେଇଥିବା ଦର୍ଶାଇଛନ୍ତି । ସେ ସକ୍୍ରୀୟ ରାଜନୀତି ରହିବେ । ଏବଂ ନିଜର ସମର୍ଥକ ମାନଙ୍କ ସହିତ ଆଲୋଚନା ପରେ ସେ କେଉଁ ଦଳକୁ ଜିବେ ତାହା ଶ୍ପଷ୍ଟ କରିବେ ।

error: Thank You Keep Visiting