ଦାମୋଦର ଓ ରଘୁନନ୍ଦନଙ୍କ ପରେ କୁଳମଣିଙ୍କୁ ନେଇ ଚର୍ଚ୍ଚା

Straight to the Point

ଜଗତସିଂହପୁର: ଦଳ ବଦଳ ରାଜନୀତି ଜଗତସିଂହପୁର ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟକୁ ଓଲଟ ପାଲଟ କରି ପକାଇଛି । ବିଜଡେିରୁ ବହିଷ୍କୃତ ପାରାଦ୍ୱୀପ ବିଧାୟକ ଡଃ ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ବିଜେଡିରେ ସମସ୍ୟା ସୃଷ୍ଟି ହେବା ସହିତ କଂଗ୍ରେସରେ ମଧ୍ୟ ବିବାଦମାନ ସ୍ଥିତି ସୃଷ୍ଟି ହୋଇଥିବା ପ୍ରସଙ୍ଗ ଚର୍ଚ୍ଚା ହେଉଛି । ବିଜେପି ସଂଗଠନରେ ମଧ୍ୟ ରଘୁନନ୍ଦନଙ୍କ ଦଳ ବଦଳ ପାଇଁ ଏକ ଅସନ୍ତୋଳିତ ପରିସ୍ଥିତି ଦେଖାଦେଇଛି । ତେବେ ଦାମୋଦର ଓ ରଘୁନନ୍ଦନଙ୍କ ଦଳ ବଦଳକୁ ନେଇ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି । ଜଗତସିଂହପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ଡଃ ଦାମୋଦର ରାଉତ ୨୦୧୮ ଅକ୍ଟୋବର ମାସରେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ନିଲମ୍ବନ ପରେ ଦାମୋଦର କଂଗ୍ରେସ ସଂଗଠନକୁ ଯିବେ କି ବିଜେପି ସଂଗଠନକୁ ଯିବେ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ।

ଏପରିକି ଦାମୋଦରଙ୍କୁ ନେଇ ଓଡିଶାରେ ତୃତୀୟ ସାମୁଖ୍ୟ ଗଠନର ସମ୍ଭାବନା ମଧ୍ୟ ବି‘ଳ ହୋଇଥିଲା । ଅନେକ ବାଦ ବିବାଦ ପରେ ଦାମୋଦର ବିଜେପିରେ ଯୋଗଦେବା ସହିତ ନିଜ ଜନ୍ମଭୂମୀ ବାଲିକୁଦା-ଏରସମାରେ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ବୋଲି ମତ ପ୍ରକାଶ କରିଥିଲେ । ଦାମୋଦରଙ୍କ ଇଚ୍ଛା ଯୋଗୁ ସମଗ୍ର ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଠିକ୍ ଏହି ସମୟରେ ବିଜେଡି ପରିତ୍ୟାଗ କିର ଅନେକ ଘାତ ପ୍ରତିଘାତକୁ ସାମନା କରି ବାଲିକୁଦା-ଏରସମା ବିଧାନସଭା କ୍ଷେତ୍ରରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିଥିବା ରଘୁନନ୍ଦନ ଦାସ ଅଡୁଆରେ ପଡିଥିଲେ । କାଉ ରଡିବାକୁ ଆମ୍ବ ଝଡିବା ଭଳି ଦାମୋଦରଙ୍କ ଇଚ୍ଛା ପ୍ରସ୍ତାବରେ ଭୟଭୀତ ହୋଇପଡିଥିବା ବିଜେପି ନେତା ରଘୁନନ୍ଦନ ଦାସଙ୍କୁ ଶାସକ ବିଜେଡି ପକ୍ଷରୁ ଡାକରା ମିଳିଥିଲା ।

ସ୍ଥାନୀୟ ବିଧାୟକ ତଥା ହ୍ୟାଟ୍ରିକ ସୁଯୋଗ ନେବା ପାଇଁ ପ୍ରସ୍ତୁତି ହୋଇଥିବା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଉପେକ୍ଷା କରାଯାଇ ରଘୂନନ୍ଦନ ଦାସଙ୍କୁ ଟିକେଟ ମିଳିବାର ପ୍ରତିଶୃତି ଦିଆଯାଇ ବିଜେଡିରେ ସାମିଲ କରାଗଲା । ଦୂରଦୃଷ୍ଟି ଅଭାବରୁ ରଘୁନନ୍ଦନ ଆଗ ପଛ ବି·ର ନକରି ବିଜେଡିରେ ସାମିଲ ହୋଇଥିଲେ ମ୍ମ ଅସ୍ଥିରତା ମ୍ମରେ ଗତି କରୁଛନ୍ତି । ଏପରିକି ରଘୁନନ୍ଦନଙ୍କୁ ବାଲିକୁଦା-ଏରସମା ବିଜେଡି ଟିକେଟ ନମିଳିଲେ ସମ୍ଭାବନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ନେତାଙ୍କ ଅବସ୍ଥା ଏବଂ ବିଜେଡିରୁ ବହିଷ୍କୃତ ନେତା ବିଜେପିରେ ସାମିଲ ହୋଇ ଥିବା ସ୍ଥିତିକୁ ଜନସାଧାରଣ ଆକଳନ କରିବା ସହିତ ରାଜନେତା ମାନେ ମଧ୍ୟ ଚର୍ଚ୍ଚା କରୁଛନ୍ତି । ଏଭଳି ସ୍ଥିତିରେ ଜଗତସିଂହପୁର ଲøାକସଭା ଆସନରୁ ୨୦୧୪ରେ ବିଜୟୀ ହୋଇଥିବା ର୍ନିବିବାଦୀୟ ସାଂସଦ ଡଃ କୂଳମଣି ସାମଲଙ୍କୁ ବିଜେଡିରୁ ଟିକେଟ ମିଳିପାରି ନାହିଁ । ଅପରନ୍ତୁ ଜଗତସିଂହପୁର ସଂରକ୍ଷୀତ ସାଂସଦୀୟ କ୍ଷେତ୍ରରେ ତିର୍ତ୍ତୋଲ ବିଧାୟୀକା ଡଃ ରାଜଶ୍ରୀ ମଲ୍ଲିକଙ୍କୁ ସାଂସଦ ଟିକେଟ ମିଳିଛି ।

ଏଭଳି ସ୍ଥିତିରେ ବିଜେଡି ସାଂସଦ କୁଳମଣି ନିଜର ସ୍ଥିତିକୁ ସୁଧାର ଆଣିବା ପାଇଁ ଚେଷ୍ଟାରେ ଅଛନ୍ତି । ଗତ ୨୦୧୪ରେ ଦାମୋଦରଙ୍କ ଅନୁମୋଦନରେ ଦାମ ଅନୁଗତ ଡଃ କୁଳମଣି ସାମଲ ବିଜେଡି ସାଂସଦ ହୋଇଥିଲେ । ବର୍ତ୍ତମାନ ସ୍ଥିତିରେ ଡଃ କୁଳମଣି ସାମଲ ବିଜେପିରେ ସାଂସଦ ପ୍ରାର୍ôଥ ହେବାର ସମ୍ଭାବନାକୁ ନେଇ ସମଗ୍ର ଯୋରଦାର ଚର୍ଚ୍ଚା ôଚଲିଛି । ଅନେକ ମତ ଦିଅନ୍ତି ଯେ ଜଗତସିଂହପୁର ସଂରକ୍ଷୀତ ସାଂସଦୀୟ କ୍ଷେତ୍ରରେ ବିଡେିରୁ ଉପେକ୍ଷୀତ ସାଂଦ ଡଃ କୂଳମଣୀ ସାମଲଙ୍କ ପାଇଁ କଂଗ୍ରେସରେ ମ୍ମ ·ହିଦା ରହିଛି । ସର୍ବୋପରି କଂଗ୍ରେସ ଓ ବିଜେପି ସଂଗଠନ ଜଣେ ଉପଯୁକ୍ତ ସାଂସଦ ପ୍ରାର୍ôଥ ସଂଧାନରେ ଅଛନ୍ତି । ଏଭଳି ସ୍ଥିତିରେ କୁଳମଣି ଦଳବଦଳ କରି କେଉଁ ଦଳର ସାଂସଦ ପ୍ରାର୍ôଥ ହେବେ ତାହା ସମୟ କହିବ । ତେବେ ସାଂସଦ ଡଃ କୂଳମଣୀ ସାମଲ ବିଜେଡିରୁ ଉପେକ୍ଷିତ ହେବା ପରେ କେଉଁ ଦଳକୁ ଯିବେ ସେ ସଂପର୍କରେ ତାଙ୍କ ମତାମତ ମିଳିପାରି ନାହିଁ ।

error: Thank You Keep Visiting