ପଦଯାତ୍ରାରେ ବାହାରିଲେ ବିଧାୟକ ବୋମ୍ୟକେଶ ରାୟ
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାୟକ ବୋମ୍ୟ କେଶ ରାୟ ଙ୍କୁ ଏହି ଆସନ ଲାଗି ୨ ଥର ଟିକେଟ ଦେଇଛନ୍ତି । ଦଳ ପାଇଁ ଯେପରି ନିଷ୍ଟାପର ଭାବେ ଗତ ୫ ବର୍ଷ କାମ କରି ସଫଳତା ହାସଲ କରିଥିଲେ ଆଗାମି ଦିନରେ ତାହାଠାରୁ ଅଧିକ ଧ୍ୟାନ ଦେଇ ଏହି ନିର୍ବାଚନ ମଣ୍ଡଳୀକୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବେ ବୋଲି ଆଶା ବାନ୍ଧିଛନ୍ତି।ଏବଂ ଟିକେଟ ମିଳିବା ପରେ ଆଜି ଚାନ୍ଦବାଲି ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ରାୟ30ଙ୍କୁ ପୁଷ୍ପ ଗୁଚ୍ଛ ଦେଇ କର୍ମୀମାନେ ସ୍ୱାଗତ ସମର୍ଦ୍ଧନା ଜଣାଇଥିଲେ।ପରେ ମା କାଳୀଙ୍କ ପାଖରେ ପୂଜାର୍ଚ୍ଚନା ସାରି ପଦଯାତ୍ରା ରେ ବହୁ କର୍ମୀମାନଙ୍କ ସହ ଚାନ୍ଦବାଲି ,ପିରାହାଟ, ମତୋ, ଦିଗଛିଆ, ମହୁଳିଆ ବାହାରି ଥିଲେ।ଏବଂ କର୍ମୀମାନେ ବେଶ ଖୁସୀ ରେ ବିଧାୟକ ନା ରେ ଝିନ୍ଦାବାଦ ପକାଉଥିଲେ । ତେବେ ବାକି ରହିଲା ଏହି ତ୍ରିମୁଖୀ ଲଢେଇ ରେ କିଏ ଵିଜୟ ହେବ।