୩ଟି ପରିବାରର ୯ ବଖର ଜଳିପୋଡି ଛାରଖାର, ୫ ଗୋରୁ ଜୀବନ୍ତ ଦଗ୍ଧ

Straight to the Point

ଭଦ୍ରକ: ଭଦ୍ରକ ବ୍ଲକ୍ ଅଧୀନସ୍ଥ ବଣିଆଁ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୯ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଥିବାର ଜଣାପଡିଛି । ପ୍ରାପ୍ତ ସୂଚନାରୁ ଯାହା ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ଉମେଶ ଓଝା, ରତ୍ନାକର ଓଝା ଓ ଯଦୁନାଥ ଓଝାଙ୍କ ପରିବାରର ଲୋକେ ଘରେ ଶୋଇଥିବା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ଦେଖି ପରିବାର ଲୋକେ ଜୀବନ ବିକଳରେ ଘରୁ ପଦାକୁ ବାହାରି ଆସିଥିଲେ । ଚାହୁଁ ଚାହୁଁ ନିଆଁର ଆଁରେ ୯ ବଖରା ଘରଜଳିପୋଡି ଛାରଖାର ହୋଇଯାଇଥିଲା ।

ଗୁହାଳ ଘରେ ନିଆଁ ଲାଗିଯାଇଥିବାରୁ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିଲେ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ସନ୍ଦେହ କରାଯାଉଥିବାବେଳେ ୩ଟି ପରିବାରର ଧାନ, ଚାଉଳ, ମୋଟର ସାଇକେଲ୍, ଘରର ଆସବାବ ପତ୍ର ସମେତ ଗୋ ସଂପଦ ଜଳିପୋଡି ଭସ୍ମ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସୂତାଖିଏ ବି ଉଦ୍ଧାର କରାଯାଇପାରିନାହିଁ । ପୋଡିଯାଇଥିବା ସଂପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉଦ୍ଧ୍ୱର୍ ବୋଲି ଅନୁମାନ କରାଯାଇଛି । ତେବେ ଘଟଣାର ଖବର ପାଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ôଚ କ୍ଷୟକ୍ଷତିର ଆକଳନ ସହ ସରକାରୀ ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ କରିଛନ୍ତି ।

error: Thank You Keep Visiting