କେବେ ହେବ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର ସେତୁ ?
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବାଆଖଣ୍ଡଳମଣୀ ଧାମ ।ଯେଉଁ ଠିକି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ।ହେଲେ ଏହା ତଳିଆ ଅଞ୍ଚଳ ଉପକୂଳବର୍ତ୍ତି ହୋଇଥିବାରୁ ।ଏହି ପୀଠକୁ ଆସୁଥିବା ଭକ୍ତ ମାନଙ୍କର ଦାଉ ସାଜିଛି ସାଳନ୍ଦୀ ଓ ବୈତରଣୀ ନଦୀର ତିନିତର ସେତୁ ।ଦୀର୍ଘ ଦିନ ହେବ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଶିଳାନ୍ୟାସ ହୋଇଚାଲିଛି । ହେଲେ ମାଟି ମୁଠାଏ ପକାଇବା ଏଠି ଅସମ୍ଭବ ହୋଇ ପଡିଛି।ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସରକାର।
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତାମାନେ ।ବେଳବେଳେ ଅଛଳ ଭରା ପାଣି ରେ ଡଙ୍ଗା ରେ ନାଉରିଆ ବହୁତ ଯାତ୍ରୀ ଙ୍କୁ ନେଇ ଡଙ୍ଗା ପାରି କରିଥାଏ।ବିପଦ ପୂର୍ଣ ଅବସ୍ଥାରେ ଏହି ପୀଠକୁ ୩ ଟି ଜିଲ୍ଲା ର ଲୋକେ ଆସିଥାନ୍ତି। ବିଶେଷ କରି ପୀଠକୁ ସଂଯୋଗ କରୁଥିବା କେନ୍ଦ୍ରାପଡା, ଓ ଯାଜପୁର ଜିଲ୍ଲାର ଲୋକେ ନାନା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡିଥାଏ।
ସରକାର ପର୍ଯ୍ୟଟନ ପୀଠରେ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ।ମଧ୍ୟ ଏଠିକାର ବାସ୍ତବ ଚିତ୍ର କିନ୍ତୁ ଅଲଗା ।ଏଠି ରାଜନେତାମାନେ ଲୋକଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ତେବେ ଦେଖିବାର କଥା ଆଉ କେତେ ଦିନ ଲାଗିବ ଲୋକେ କାଠ ଡଙ୍ଗା ପରିବର୍ତ୍ତେ ପକା ପୋଲ ରେ ଯିବେ । ଆଉ ଏ ଅଞ୍ଚଳର ମଧ୍ୟ ବିକାଶ ଲାଭ କରିପାରିବ।ଏବଂ ୩ଟି ଜିଲ୍ଲାର ସଂଗମ ସ୍ଥଳୀ ପଲଟିବ ଏହି ତିନିତର ସେତୁ।