ତାଳଚେରରେ ଦମ ଦେଖାଇଲା ବିଜେଡି, ପ୍ରାର୍ଥିପତ୍ର ଦାଖଲ କଲେ ବ୍ରଜ ଓ ସୁରେଶ

Straight to the Point

ତାଳଚେର: ତାଳଚେର ବିଧାୟକ ପଦ ପାଇଁ ତୃତୀୟ ପର୍ଯ୍ୟାୟରେ ୨୩ ତାରିଖରେ ଭୋଟ ଗ୍ରହଣ ହେବ ।ବୁଧୁବାର ମଧ୍ୟାହ୍ନ ସମୟରେ ତାଳଚେର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ସମର୍ଥିତ ବିଧାୟକ ପ୍ରାର୍ଥି ବ୍ରଜକିଶୋର ପ୍ରଧାନ ଓ କଂଗ୍ରେସ ସମର୍ଥିତ ବିଧାୟକ ପ୍ରାର୍ଥି ସୁରେଶ ଚନ୍ଦ୍ର ବେହେରା ପ୍ରମୋଖ ତାଳଚେର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ୧୧ଟା ବେଳେ ତାଳଚେର ବିଧାନସଭା କ୍ଷେତ୍ରର ବିଜେଡି ସମର୍ଥିତ ବିଧାୟକ ପ୍ରାର୍ଥି ବ୍ରଜ କିଶୋର ପ୍ରଧାନ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ଗହଣରେ ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଶୀର୍ବାଦ ଭିକ୍ଷା ପରେ ତାଳଚେର ଜଗନ୍ନାଥ ମନ୍ଦିରରେ ପହଂଚି ଥିଲେ ।

ସେଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ପଟୁଆରରେ ତାଳଚେର ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାଯ୍ୟାଳୟ ସ୧ୁଖକୁ ଆସିଥିଲେ ।ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ମେନଗେଟରୁ ପୁଣି ହଜାର ହଜାର ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ପରେଶ ଚନ୍ଦ୍ର ନାୟକଙ୍କ ନିକଟକୁ ଯାଇ ନିଜର ଦୁଇଟି ପ୍ରାର୍ଥିପତ୍ର ସେଟ ଦାଖଲ କରିଥିଲେ ।ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ବିଧାୟକ ଜିତୁ ପ…ନାୟକ, ତାଳଚେର ବ୍ଲକ ଉପସଭାପତି ସନ୍ତୋସ କୁମାର ପ୍ରଧାନ, ଯୁବ ବିଜେଡି ଛାତ୍ର ନେତା ରାଜେସ ଦାସ, ନଗରପାଳ ପବିତ୍ର ଭୁତିଆ, ମୁରଲି ଧର ସାହୁ , ମୁନା ନାଏକ, ଅସିଫ ଖାଁ, ତାଳଚେର ନିର୍ବାଚନ ମଣ୍ଡଳିର ବିଜେଡି ସମର୍ଥିତ ସମସ୍ତ ଜିଲାପରିଷଦ, ସରପଂଚ, ସମିତି ସଭ୍ୟ/ସଭ୍ୟା ଆଦି ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପ୍ରଧାନଙ୍କର ନାମାଙ୍କନ ଦାଖଲ କରିବା ପାଇଁ ଏତେ ସମର୍ଥକ ଆସିବା ପ୍ରଥମ ଘଟଣା ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଥିବାବେଳେ ତାଳଚେର ସହର ଶଙ୍ଖ ସବୁଜ ପତାକାରେ ବିଛାଇ ହୋଇଯାଇଥିଲା ।ଏହି ରାଲି ପାଇଁ ତାଳଚେର ସହର ରେ ପ୍ରାୟ ୨ ଘଂଟାରୁ ଉଦ୍ଧ୍ୱର୍ ସମୟ ରାସ୍ତାରେ ଟ୍ରାଫିକ ଜାମ୍ ହୋଇ ଯାଇଥିଲାବେଳେ ବିଜେଡି ପ୍ରାର୍ଥିଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟରେ ଏତେ ମାତ୍ରାରେ ଜନ ସମର୍ଥନ ମିଳିବା ଘଟଣା ସମଗ୍ର ତାଳଚେର ନିର୍ବାଚନ ମଣ୍ଡଳିରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେହିପରି କଂଗେସ ପ୍ରାର୍ଥି ସୁରେଶ ଚନ୍ଦ୍ର ବେହେରା ନିଜର ୨ହଜାରରୁ ଉଦ୍ଦ୍ୱର୍ ସମର୍ଥକଙ୍କ ସହ ଆସି ନିଜର ନାମାଙ୍କନ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

error: Thank You Keep Visiting