ପାରାଦ୍ୱୀପରେ ତ୍ରିମୁଖୀ ଲଢେଇ,ସ୍ଥାନୀୟ ପ୍ରାର୍ଥୀଙ୍କୁ ମଳିବ ସମର୍ଥନ!

Straight to the Point

ପାରାଦ୍ୱୀପ: ୨୦୦୯ ମସିହାରେ ସୃଷ୍ଟି ହୋଇଥିବା ପାରାଦ୍ୱୀପ ବିଧାନସଭା କ୍ଷେତ୍ର । ପାରାଦ୍ୱୀପ ବନ୍ଦର ଓ ବୃହତ୍ତ ଶିଳ୍ପ ପାଇଁ ସାରା ରାଜ୍ୟରେ ବେଶ ଗୁରୁତ୍ୱ ରଖୁଛି । ଏହି ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ଲୋକସଭା (ଏସ୍ସି ଓ ଏସ୍ଟି) ଅନ୍ତରର୍ଗତ ଜଗତସିଂହପୁର ଜିଲ୍ଲାରରେ ଅବସ୍ଥିତ ୨୦୧୮ ଭୋଟର ଲିଷ୍ଟି ଅନୁଯାୟୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ହେଉଛି ୨ଲକ୍ଷ ୩୧ହଜାର ୪୨୯ । ଗତ ୨୦୧୪ ସାଧାରଣ ନିର୍ବଚାନରେ ଏହି ଲୋକସଭା ଆସନରୁ ବିଜେଡିରୁ ଡ. କୁଳମଣୀ ସାମଲ ଓ ପାରାଦ୍ୱୀପ ବିଧାନସଭାରୁ ଡା. ଦାମୋଦର ରାଉତ ନିର୍ବାଚିତ ହୋଇଥିଲେ ।
ସାମ୍ପ୍ରତିକ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ନିର୍ବଚାନ ମଣ୍ଡଳୀରେ ବିଜେପି ଜଗତସିଂହପୁର ଜିଲ୍ଲା ଭାରୀୟ ଜନତା ଯୁବମୋର୍ଚ୍ଚା ସଭାପତି ତଥା ସ୍ଥାନୀୟ ବିଜେପି ଯୁବନେତା ସମ୍ପଦ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ଡା. ଦାମୋଦର ରାଉତଙ୍କ ପୁତ୍ର ସମ୍ବିତ ରାଉତରାୟ ଓ କଂଗ୍ରେସରୁ ଅରିନ୍ଦମ ସର୍ଖେଲଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗଦେଇ ଏରସମା- ବାଲିକୁଦାରୁ ପ୍ରାର୍ଥୀ ହୋଇଥିବା ଡା. ଦାମୋଦର ରାଉତ ଚଳିତ ନିର୍ବଚାନରେ ବିଜେଡିର ଯେପରି କୌଣସି କ୍ଷତି ନହେବ ସେ ଉଦେଶ୍ୟରେ ଦଳ ତାଙ୍କ ପୁତ୍ର ସମ୍ବିତଙ୍କୁ ପ୍ରାର୍ଥୀ କରିଛି । ତେବେ ଦାମ ଦଳ ଛାଡିଲା ବେଳେ ଦଳ ଓ ନବୀନଙ୍କୁ ଭଲ ପାଉଥିବା ନେତା ଓ କର୍ମୀମାନେ ଆନୁଗତ୍ୟ ଦେଖାଇ ଦାମଙ୍କ ସହ ଦଳ ଛାଡି ନଥିଲେ । କିନ୍ତୁ ତାଙ୍କ ପୁତ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିବା ଦଳର ସଦସ୍ୟ ଓ ନେତାମାନେ ସହଜରେ ହଜମ କରିପାରୁନାହାଁନ୍ତି । ଏଣୁ ଦଳ ମଧ୍ୟରେ ଆଭ୍ୟତନ୍ତରୀଣ ବିଶୃଙ୍ଖଳା ଲାଗିରହିଛି । ଏତଦ୍ବ୍ୟତୀତ ସମ୍ବିତ୍ ପାରାଦ୍ୱୀପ ସଙ୍ଗଠନ, ସାଧାଣ ସମସ୍ୟା ଓ ଲୋକସମ୍ପର୍କ ନଥିବା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଭୋଟର ମାନେ କେତେଦୂର ଗ୍ରହଣ କରିବେ ତାହା ଏବେ ଚର୍ଚ୍ଚା ବିଷୟ ହୋଇଛି । ଅନ୍ୟ ପକ୍ଷରେ ଅରିନ୍ଦମ ସାର୍ଖେଲ ପାରାଦ୍ୱୀପର ବିଭିନ୍ନ ଶ୍ରମିକ ଓ ଅନ୍ୟାନ୍ୟ ସଙ୍ଗଠନ ସହିତ ଜଡିତ ଗତ ୨୦୧୪ ନିର୍ବାଚନରେ କଂଗ୍ର୍ରେସରୁ ପ୍ରାର୍ଥୀ ହୋଇ ସାର୍ଖେଲ ୪୬୬୦୬ ଭୋଟ ପାଇ ଦାମୋଦର ରାଉତଙ୍କ ଠାରୁ ୩୮୬୦୬ ଖଣ୍ଡ ଭୋଟରେ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ । ତାହା ପରଠାରୁ ସେ ନିରବଚ୍ଛିନ ଭାବେ ତାଙ୍କ ସଙ୍ଗଠନକୁ ମଜବୁତ କରିଛନ୍ତି । ଏଥର ନିର୍ବଚନରେ ସେ ବିଜୟ ହେବାର ଆଶା ରଖିଛନ୍ତି ।
ଅନ୍ୟପକ୍ଷରେ ବିଜେପିର ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଜଣେ ସ୍ଥାନୀୟ ଯୁବ ନେତୃତ୍ୱ ସେ ଦୀର୍ଘ ଦିନ ହେବ ଦଳର ସଙ୍ଗଠନକୁ ଏହି ନିର୍ବାଚନ ମଣ୍ଡଳୀରେ ସୁଦୃଢ କରିଛନ୍ତି । ବର୍ତ୍ତମାନ ସର୍ବତ୍ର ମୋଦିଙ୍କର ଲହର ଓ ବିଜେଡି ସରକାର ବିରୋଧି ହାୱା ସୃଷ୍ଟି ହୋଇଥିବାର ଫାଇଦା ବିଜେପି ନେବ ବୋଲି ଚର୍ଚ୍ଚା ଜୋର ଧରିଛି । ନିକଟରେ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବିଭୁ ପ୍ରସାଦ ତରାଇଙ୍କ ବିଜେପିରେ ଯୋଗଦାନ ଦଳକୁ ଆର୍ଶିବାଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । କାରଣ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ କୈବର୍ତ୍ତ ସମ୍ପ୍ରଦାୟର ଭୋଟ ସର୍ବଦା ନିର୍ବାଚନକୁ ପ୍ରଭାବିତ କରେ । ଯେହେତୁ ଶ୍ରୀ ତରାଇ ଏହି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ତେଣୁ ଏହି ଭୋଟ ବିଜେପି ସପକ୍ଷରେ ଯିବ ଓ ଏଠାରୁ ଏହି ନିର୍ବାଚନମଣ୍ଡଳୀରେ ବିଜୟ ଲାଭ କରିବ ବୋଲି ଦଳ ଆଶା କରିଛି । ତେବେ ସବୁଠାରୁ ଗୁରତ୍ୱ ପୂର୍ଣ୍ଣ କଥା ହେଉଛି ଏ ଅଞ୍ଚଳର ବିଜେପିର ପୁରୁଣା ଓ ଦଳ ଗଠନ କରିଥିବା ନେତୃତ୍ୱ ଓ ସଙ୍ଗଠକଙ୍କର ଅସହଯୋଗ ଯୋଗୁଁ ଦଳ କିଛି ଅଂଶରେ ପ୍ରଭାବିତ ହେବାର ଆଶଂଙ୍କା ସୃଷ୍ଟ ହୋଇଛି । କାରଣ ସେମାନଙ୍କର ଭୋଟ ପ୍ରାଭାବିତ କରିବାର କ୍ଷମତା ରହିଛି । ସେମାନଙ୍କ ମଧ୍ୟରୁ ଶିଳ୍ପପତି ତଥା ବିଜେପି ନେତା ଅଜୟ ଦାଶ ଅନ୍ୟତମ । ତେବେ ସବିଶେଷ ଖବରରୁ ପ୍ରକାଶ ଯେ ଦଳ ତରଫରୁ ସେମାନଙ୍କୁ ଏକାଠି କରି ଚଳିତ ନିର୍ବାଚନରେ ସଫଳ ହେବା ପାଇଁ ବିଜେପି ଆଶା ବାନ୍ଧିଛି । ଚଳିତ ର୍ନିବାଚନରେ ସ୍ଥାନୀୟ ଓ ସ୍ୱଚ୍ଛ ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଜନାଦେଶ ଜୀବ ବୋଲି ସାଧାରଣରେ ଆଲୋଚନା ହେଉଛି ।

error: Thank You Keep Visiting