ମନୋନୟନର ତୃତୀୟ ଦିବସରେ ୨ଜଣ ସ୍ୱାଧୀନ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ

Straight to the Point

କେନ୍ଦ୍ରାପଡା: ସାଧାରଣ ନିର୍ବାଚନ ୨୦୧୯ ନିମନ୍ତେ ଅନୁଷ୍ଠିତ ମନୋନୟନର ତୃତୀୟ ଦିବସ ଗୁରୁବାର ୨ଜଣ ସ୍ୱାଧୀନ ପ୍ରାର୍ଥି ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । ୯୬ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳି ନିମନ୍ତେ ଦିବ୍ୟସିଂହ ଦାସ ଓ ପରମାନନ୍ଦ ମହାରଣା ସ୍ୱାଧୀନ ପ୍ରାର୍ଥି ଭାବେ ନାମାଙ୍କନପତ୍ର ରିଟର୍ଣ୍ଣଂ ଅଫିସର ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି । ଏତଦଭିନ୍ନ ଅନ୍ୟ ବିଧାନସଭା କ୍ଷେତ୍ର ଓ ୧୫ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ଆଜି କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ମନୋନୟନର ପ୍ରଥମ ଦିବସ ମଙ୍ଗଳବାର ଦିନ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ବେଳେ ଦ୍ୱିତୀୟ ଦିବସ ବୁଧବାର ଦିନ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

error: Thank You Keep Visiting