ବିଜେପି ଦଳରୁ ଜଗତସିଂହପୁର ସାଂସଦ ପ୍ରାର୍ଥୀ କିଏ ହେବ ଏ ନେଇ ଜନସାଧାରଣରେ ଚାଲିଛି ଚର୍ଚ୍ଚା

Straight to the Point

ଜଗତସିଂହପୁର: ଗତ ୨୦୦୯ ସାଧାରଣ ନିର୍ବାଚନ ବେଳକୁ ସୀମା ପୁର୍ନଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ,ତିର୍ତ୍ତୋଲ,ବାଲିକୁଦା-ଏରସମା,ଜଗତସିଂହପୁର,କଟକ ଜିଲ୍ଲାର ନିଆଳି,ପୁରୀ ଜିଲ୍ଲାର କାକଟପୁର ଓ ନିମାପଡା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ । ଜଗତସିଂହପୁର ଲୋକସଭା ଆସନଟି ସଂରକ୍ଷୀତ ଆସନ ଭାବେ ପରିଗଣିତ ହୋଇଥିଲା । ସେହି ସମୟରେ ଶାସକ ବିଜେଡି ସହିତ କମ୍ୟୁନିଷ୍ଟର ମେଣ୍ଟ ହୋଇ ଆସନ ବୁଝାମଣା ହୋଇଥିଲା । ତେଣୁ ଏହି ଜଗତସିଂହପୁର ଲୋକସଭା ଆସନଟି କମ୍ୟୁନିଷ୍ଟ ଭାଗରେ ପଡିଥିଲା ଓ ବିଜେଡି-କମ୍ୟୁନିଷ୍ଟ ମେଣ୍ଟ ପ୍ରାର୍ôଥ ଭାବେ ବିଜୟୀ ହୋଇଥିଲେ ।

୨୦୦୯ ସାଧାରଣ ନିର୍ବାଚନ ସମୟରେ କମ୍ୟୁନିଷ୍ଟ ସଂଗଠନ ପ୍ରଥମ ପର୍ଯ୍ୟାୟରେ ଡଃ ନରହରି ବେହେରାଙ୍କୁ ଜଗତସିଂହପୁର ସାଂସଦୀୟ କ୍ଷେତ୍ରରୁ ପ୍ରାର୍ôଥ କରିବା ପାଇଁ ସ୍ଥିର କରିଥିଲେ ମଧ୍ୟ ଭିଜିଲାନ୍ସ କେଶ୍ ଥିବାରୁ ଡଃ ନରହରି ବେହେରା ପ୍ରାର୍ôଥ ହୋଇ ପାରି ନଥିଲେ । ଏଭଳି ସ୍ଥିତିରେ କମ୍ୟୁନିଷ୍ଟ ସଂଗଠନ ପ୍ରାର୍ôଥ ଯୋଗାଡ କରିବା ପାଇଁ ସମସ୍ୟାରେ ପଡିଥିଲା । ସେହି ସମୟରେ ବରିଷ୍ଠ କମ୍ୟୁନିଷ୍ଟ ସଂଗଠନ ପ୍ରାର୍ôଥ ଯୋଗାଡ କରିବା ପାଇଁ ସମସ୍ୟାରେ ପଡିଥିଲା । ସେହି ସମୟରେ ବରିଷ୍ଠ କମ୍ୟୁନିଷ୍ଟ ନେତା ଦିନବନ୍ଧୁ ତରାଇଙ୍କ ପୁଅ ବିଭୂ ପ୍ରସାଦ ତରାଇ କମ୍ୟୁନିଷ୍ଟ ଛାଡି କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ହୋଇଥିଲେ ।

ଅତର୍କିତ ଭାବେ ଲୋକସଭା ପ୍ରାର୍ôଥ ହେବାପାଇଁ କଂଗ୍ରେସ ସଂଗଠନରେ ଥାଇ ଓକିଲାତି କରୁଥିବା ବିଭୁପ୍ରସାଦ ରାତା-ରାତି କଂଗ୍ରେସରୁ ଇସ୍ତଫା ଦେଇ ସି.ପି.ଆଇ ପ୍ରାର୍ôଥ ଭାବେ ବିଜେଡି-ସି.ପି.ଆଇମେଣ୍ଟର ସୁବିଧା ନେଇ ଜଗତସିଂହପୁର ସାଂସଦ ଭାବେ ବିଜୟୀ ହୋଇଥିଲେ । ଗତ ୨୦୦୯ ଲୋକସଭା ନିର୍ବାଚନରେ ବିଭୂ ପ୍ରସାଦ ତରାଇ ୪ଲକ୍ଷ ୫୭ହଜାର ୨୩୪ ଭୋଟ ପାଇ କଂଗ୍ରେସ ପ୍ରାର୍ôଥ ରବିନ୍ଦ୍ର କୁମାର ସେଠୀଙ୍କୁ ୯୬ହଜାର ୭୩୫ ଖଣ୍ଡ ଭୋଟରେ ପରାଜିତ କରିଥିଲେ । ସୁଯୋଗର ସଦ୍ ବ୍ୟବହାର କରି ନିଜ ପିତାଙ୍କ ସୁନାମର ସଦ୍ବ୍ୟବହାର କରିବା ସହିତ କଂଗ୍ରେସ ସଂଗଠନକୁ ଧକ୍କା ଦେଇ ବିଭୂ ପ୍ରସାଦ ତରାଇ ଜଗତସିଂହପୁର ସାଂସଦ ହୋଇଥିଲେ । କମ୍ୟୁନିଷ୍ଟ ସଂଗଠନ ପକ୍ଷରୁ ପ୍ରାର୍ôଥ ହୋଇ ବିଜେଡି ମେଣ୍ଟର ସୁଯୋଗ ନେଇ ବିଭୂ ପ୍ରସାଦ ସାଂସଦ ହୋଇଥିଲେ ମଧ୍ୟ କମ୍ୟୁନିଷ୍ଟ ସଂଗଠନ ଓ ବିଜେଡି ସଂଗଠନ ପାଇଁ କୌଣସି ଉଲ୍ଲେଖନୀୟ କାର୍ଯ୍ୟ କରିନଥିବାରୁ କମ୍ୟୁନିଷ୍ଟ ଓ ବିଜେଡି ସଂଗଠନ ଦ୍ୱାରା ନିନ୍ଦିତ ହୋଇଥିଲେ ।

ତେଣୁ ୨୦୧୪ ସାଧାରଣ ନିର୍ବାଚନ ବେଳକୁ ବିଭୂଙ୍କୁ ବିଜେଡି ଟିକେଟ ମିଳିବାର ସମ୍ଭାବନା ନଥିବାରୁ ସେ ଚତୁରତାର ସହିତ କଂଗ୍ରେସ ସଂଗଠନରେ ସାମିଲ ହୋଇ ୨୦୧୪ରେ ଲୋକସଭା ପ୍ରାର୍ôଥ ହୋଇଥିଲେ । ବିଭୂ ପ୍ରସାଦଙ୍କର ନିଜସ୍ୱ ସଂଗଠନ ନଥିବା ସହିତ ଲୋକପ୍ରିୟତା ହ୍ରାସ ପାଇ ଥିବାରୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ôଥ ଡଃ କୁଳମଣୀ ସାମଲଙ୍କ ଠାରୁ ୨ଲକ୍ଷ ୭୬ହଜାର ୩୯୪ ଭୋଟରେ ଦୟନୀୟ ଭାବେ ପରାଜିତ ହୋଇଥିଲେ । ଶୁଣିବାକୁ ମିଳେ ଯେ ଚତୁର ବିଭୂ ପ୍ରସାଦ କଂଗ୍ରେସ ସଂଗଠନରେ ଥିବା ସମୟରେ ୨୦୦୯ ରେ ପାରାଦ୍ୱୀପ ବିଧାନସଭା କ୍ଷେତ୍ରରୁ ପରାଜିତ କଂଗ୍ରେସ ବିଧାୟକ ପ୍ରାର୍ôଥ ଇଂ ପ୍ରମୋଦ ଜେନାଙ୍କର ନିକଟତର ହୋଇଥିଲେ । ଏପରିକି ଇଂ ପ୍ରମୋଦ ଜେନା ୨୦୧୯ ପାଇଁ କଂଗ୍ରେସ ଟିକେଟ ନପାଇବା ବିଭୂଙ୍କୁ ଶକ୍ତ ଧକ୍କା ଦେଇଥିଲା ।

ଏତଦ୍ ଭିନ୍ନ ଚଳିତ ନିର୍ବାଚନରେ କଂଗ୍ରେସ-କମ୍ୟୁନିଷ୍ଟ ସହିତ ମେଣ୍ଟ କରିଥିବାରୁ କମ୍ୟୂନିଷ୍ଟ ସଂଗଠନ ବିଭୂ ପ୍ରସାଦ ତରାଇଙ୍କୁ ସାଂସଦ ପ୍ରାର୍ôଥ ଭାବେ ଗ୍ରହଣ କରିନଥିବାରୁ କଂଗ୍ରେସ ସଂଗଠନ ବାଧ୍ୟ ହୋଇ ବିଭୂ ପ୍ରସାଦ ତରାଇଙ୍କୁ ତିର୍ତ୍ତୋଲ ସଂରକ୍ଷୀତ ଆସନରେ ବିଧାୟକ ପ୍ରାର୍ôଥ କରାଇଥିଲା । ସାଂଗଠନିକ ଦକ୍ଷତାର ଅଭାବ ସାଙ୍ଗକୁ ଧନାଢ୍ୟ ଇଂ ପ୍ରମୋଦ ଜେନା କଂଗ୍ରେସରୁ ପ୍ରାର୍ôଥ ନହେବା ବିଭୂଙ୍କୁ ସମସ୍ୟାରେ ପକାଇଥିଲା । ଏହି ସୁଯୋଗରେ ବିଜେପି ସଂଗଠନରେ ସାଂସଦ ପ୍ରାର୍ôଥ ଅଭାବର ସୁଯୋଗ ନେଇ ବିଭୂପ୍ରସାଦ ତରାଇ ପୂର୍ନବାର କଂଗ୍ରେସକୁ ଠକି ଦେଇ ବିଜେପିରେ ଯୋଗଦେଇଥିବା ବିଷୟ ସାଧାରଣରେ ଆଲୋଚିତ ହେଉଛି ।

ତେବେ କମ୍ୟୁନିଷ୍ଟରୁ କଂଗ୍ରେସ,କଂଗ୍ରେସରୁ ପୁର୍ନବାର କମୂନିଷ୍ଟ,ପୁର୍ନବାର କମ୍ୟୂନିଷ୍ଟରୁ କଂଗ୍ରେସ ଦଳକୁ ଦଳ ବଦଳ କରିଥିବା ବିଭୂ ପ୍ରସାଦ ତରାଇ ବିଜେପିରେ ଯୋଗଦେଇଥିବାରୁ ତାଙ୍କ ଉପରେ ଜନସାଧାରଣଙ୍କର ବିଶ୍ୱସନୀୟତା ହ୍ରାସ ପାଇଥିବା ବିଷୟ ବିଭିନ୍ନ ମହଲରେ ଆଲୋଚିତ ହେଉଛି ତେବେ ବିଭୂ ଜନସାଧାରଣ ବା ଭୋଟରଙ୍କୁ ଏଥର କିଭଳି ସାମନା କରିବେ ତାହା ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା ବେଳେ ବିଜେପି ଦଳରୁ ଜଗତସିଂହପୁର ସାଂସଦ ଟିକଟ ପାଇବା ନେଇ ଆଶା ଓ ଆଶଙ୍କାରେ ମଧ୍ୟ ଜନସାଧାରଣରେ ଚର୍ଚ୍ଚା ହେଉଛି ।

error: Thank You Keep Visiting