ବିଜେଡି ଟିକେଟ ଆଶାୟୀ ଅମରେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା କ୍ଷେତ୍ର ନିମନ୍ତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ତାଙ୍କୁ ବିରୋଧ କରି ବିଜେଡି ଟିକଟ ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ରଙ୍କ ସମର୍ଥକ ମାନେ ଆଜି ମଧ୍ୟ ବାଇକ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ଗାନ୍ଧୀଛକ ଠାରୁ ଏକ ମଟରସାଇକେଲ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ସ୍ଥାନ ପରିକ୍ରମ କରି ଅମରେନ୍ଦ୍ରଙ୍କୁ ନବୀନ ସରକାର ତୁରନ୍ତ ଟିକଟ ଦେବାକୁ ସ୍ଳୋଗାନ ଦେଇଥିଲେ । ଯଦି ବିଜେଡି ସୁପ୍ରିମୋ ଟିକେଟ ନଦିଅନ୍ତ ତେବେ ଅମରେନ୍ଦ୍ରଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତାଇଦେବାକୁ ମଧ୍ୟ ଆôହାନ ଦେଇଥିଲେ ।ଏହି ବାଇକ୍ ଶୋଭାଯାତ୍ରାରେ ଶତାଧିକ ବାଇକ୍ରେ ଜନସାଧାରଣ ସାମିଲ ହୋଇଥିଲେ ।

error: Thank You Keep Visiting