ତିର୍ତ୍ତୋଲ ବ୍ଲକରୁ ୧ ଲକ୍ଷ ୩୦ ହଜାର ୫୬୦ ମତଦାତା ମତଦାନ କରିବେ

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଧିନରେ ୨୯ଟି ପଞ୍ଚାୟତରେ ୧ ଲକ୍ଷ ୩୦ ହଜାର ୫୬୦ ମତଦାତା ୨୦୧୯ ନିର୍ବାଚନରେ ମତଦାନ କରିବାପାଇଁ ଯାଉଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୧୧୩ ଟି ମତଦାନ କେନ୍ଦ୍ର ଓ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀରେ ୩୬ଟି ମତଦାନ କେନ୍ଦ୍ର ରହିଛି । ତିର୍ତ୍ତୋଲ ବ୍ଲକ ଅଧିନରେ ଯାଉଥିବା ଏହି ମତଦାନ କେନ୍ଦ୍ରରେ ୪୬ଟି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରଭାବେ ଚିହ୍ନଟ କରାଯାଇଛି ।

ଏଥିମଧ୍ୟରୁ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀର ୭ଟି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ୩୯ଟି ଉତ୍ତେଜନ ପ୍ରବଣ ମତଦାନ କେନ୍ଦ୍ର ମଧ୍ୟରୁ ତିର୍ତ୍ତୋଲର ୧୦ଟି ଓ ପାରାଦ୍ୱିପର ୭ଟି ଅତି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ତିର୍ତ୍ତୋଲ ବ୍ଲକ ଅଧିନରେ ଥିବା ୧୪୯ ମତଦାନ କେନ୍ଦ୍ରରେ ମୋଟ୍ ୧ ଲକ୍ଷ ୩୦ ହଜାର ୫୬୦ ଜଣ ମତଦାତା ଙ୍କ ମଧ୍ୟରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ୯୯ ହଜାର ୯୯୪ ଜଣ ଓ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀର ୩୦ ହଜାର ୫୬୬ ଜଣ ମତଦାତା ମତଦାନ କରିବାକୁ ଯାଉଛନ୍ତି ।

error: Thank You Keep Visiting