ଯାଜପୁର:୪ର୍ଥ ଦିବସ ସୁଧା ୧୬ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

Straight to the Point

ଯାଜପୁର: ନାମାଙ୍କନ ପତ୍ର ୪ର୍ଥ ଦିବସ ସୁଧା ୧୬ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ବିଜେଡ଼ି, କଂଗ୍ରେସ , ବିଜେପି ଓ ଅନ୍ୟାନ୍ୟ ୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶଳାରୁ ୧୦ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ବିଶ୍ୱଜିତ ନାୟକ ଏକ ବିରାଟ ପଟୁଆରରେ ଆସି ତାଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର)ଙ୍କ ନିକଟରେ ଦାଖଲ କରିଛନ୍ତି ।

ସେହିପରି ବିଂଝାରପୁର ଜାତୀୟ କଂଗ୍ରେସ ପ୍ରାର୍ଥୀ ମନୋରଂଜନ ଦାସ ତାଙ୍କର ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । କୃପା ପାର୍ଟି ପକ୍ଷରୁ ହରମୋହନ କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଅକ୍ଷୟ କୁମାର କର ଓ ସ୍ୱାଧୀନପ୍ରାର୍ଥୀ ମନୋରଞ୍ଜନ ପତି ପ୍ରମୁଖ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପର୍ଯ୍ୟନ୍ତ ବିଂଝାରପୁର ନିର୍ବାଚନ ମଣ୍ଡଳୀ ପାଇଁ ୨ଜଣ ବରୀ ପାଇଁ ୪ଜଣ , ଯାଜପୁର, ବଡଚଣା ଓ କୋରେଇ ବିଧାନସଭା ପାଇଁ ଜଣେ ଲେଖାଏଁ, ଧର୍ମଶାଳା ଓ ସୁକିନ୍ଦା ପାଇଁ ୩ଜଣ ଓ ଲୋକସଭା ପାଇଁ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

error: Thank You Keep Visiting