ବିଜେପିର ମହାମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୪ ହଜାର କର୍ମୀ

Straight to the Point

ଆରଡ଼ି( ଓଡ଼ିଶା ଜର୍ଣ୍ଣାଲ) ଚାନ୍ଦବାଲି ବିଧାନସଭା  ନିର୍ବାଚନ ପାଇଁ ବିଜେପି ପକ୍ଷରୁ ମହାପର୍ବଣ ଅନୁଷ୍ଠିତ ହୋଇଯାଇଛି ।ଏହି ମିଶ୍ରଣ  ପର୍ଵ ରେ ବିଜେଡି  ର ପୂର୍ବତନ ଜିଲ୍ଲା ଉପ ସଭାପତି ପ୍ରତାପ ଧଳ ଙ୍କ ହଜାର ହଜାର ସମର୍ଥକ ଏହି ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ ।ବିଜେପିର ଟାଣୁଆ ନେତା ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ।ଏବଂ ନାରୀ ନେତ୍ରୀ ଲେଖା ଶ୍ରୀ ସାମନ୍ତ ସିଙ୍ଗାର ପ୍ରମୁଖ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ୪ହଜାର ରୁ ଉର୍ଦ୍ଧ କର୍ମୀ ଓ ନେତା ଦଳରେ ସାମିଲ କରିଥିଲେ ।

ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାଥୀ ମନମୋହନ ସାମଲ ଏବଂ ଭଦ୍ରକ ଲୋକସଭା ପ୍ରାଥୀ ଅଭିମନ୍ୟୁ ସେଠୀ ଓ ଧାମନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାଥୀ ବିଷ୍ଣୁ ସେଠୀ ଯୋଗ ଦେଇ ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ରହିଛି କହି ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ ।ଏହି ସଭାରେ ଜିଲ୍ଲାର ଉପ ସଭାପତି କମଳା କାନ୍ତ ସୁତାର ଙ୍କ ସଭାପତିତ୍ୱ ରେ ବହୁ ଟାଣୁଆ ନେତା ଓ କର୍ମୀ ଯୋଗ ଦେଇଥିଲେ।

error: Thank You Keep Visiting