ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ କର୍ମୀ ସମ୍ମିଳନୀ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା କ୍ଷେତ୍ରର ବିଜେଡି ଦଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଏକ କର୍ମୀ ସମ୍ମିଳନୀ ନାଉଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢିହସାହି ନିକଟସ୍ଥ ବାଲିଭଉଁରି ଛକ ଠାରୁ ଏକ ବିଶାଳରାଲିରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଯାଇଥିଲେ । ରାଲିରେ ଯାଉଥିବା ସମୟରେ ସିଙ୍ଗିପୁର ଛକ ଓ ମୁଣ୍ଡାଳ ଛକ ଠାରେ ଅମରେନ୍ଦ୍ର ଗୋଷ୍ଠି କଳାପତାକା ପ୍ରଦର୍ଶନ କରିଥିଲେ । କଳା ପ୍ରଦର୍ଶନ କୁ ପ୍ରଶାନ୍ତଙ୍କ ସମର୍ଥକ ମାନେ ସହ କରିନପାରି ଉଭୟ ଗୋଷ୍ଠି ମଧ୍ୟରେ ପେଲାଠେଲା ହୋଇଥିବା ଦେଖିବାକୁ ମିଳିଥିଲା ।

କିଛି ସମୟ ପରେ ପୋଲିସ ପହଞ୍ôଚ ବା ବେଳକୁ କଳାପତକା ପ୍ରଦର୍ଶନ କରୁଥିବା ଗୋଷ୍ଠି ଛୁ ମାରିଥିଲେ । ପୋଲିସ ପକ୍ଷରୁ କାହାରିକୁ ଗିରଫ କରାଯାଇନଥିଲା । ପରେ ପରେ ନାଉଗାଁର ଚଗଲାଦାସ ମଠ ପଡିଆରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଂପାଦିକ କନକପ୍ରଭା ଲେଙ୍କା,ବିଧାୟକ ଆସାୟୀ ପ୍ରାର୍ଥୀ ପ୍ରଦୀପ୍ତ ସ୍ୱାଇଁ ,ଇଂ.ସତ୍ୟବାଦୀ ମିଶ୍ର,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି,ବିବେକାନନ୍ଦ ବେହେରା,ସୁଜିତ୍ ମଲ୍ଲିକ,ଆର.କେ.ହୀରାଲାଲ,ଗୁରୁ ଆ·ର୍ଯ୍ୟ ପ୍ରମୁଖ ବିଜେଡି କର୍ମକର୍ତ୍ତା ଯୋଗଦେଇ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ଦେଇଥିବାରୁ ଜଗତସିଂହପୁର ବିଜେଡି ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏପରିକି ସମସ୍ତ ଏକ ହୋଇ ବିଜୁଜନତା ଦଳ ପ୍ରାଥ୍ରୀଙ୍କୁ କିପରି ବହୁଳ ଭୋଟରେ ଜିତାଇବାକୁ ଆôହାନ ଦେଇଥିଲେ । ତେଣୁ ସଂଗଠନକୁ ମଜବୁତ କରି କିପରି କାର୍ଯ୍ୟକରାଯିବ ସେ ସଂପକରେ ମଧ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ ।

error: Thank You Keep Visiting