୨୯ବର୍ଷ ପରେ ମଧ୍ୟ ପାଇକା ପୋଲ ସଂପୂର୍ଣ୍ଣ ହେଲାନାହିଁ

Straight to the Point

ଜଗତସିଂହପୁର: କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ବ୍ଲକ୍ ସ୍ତରରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଆନ୍ତରିକତା ଅଭାବରୁ ସରକାରଙ୍କର ବହୁ ଯୋଜନାର ସୁଫଳ ଲୋକେ ପାଇପାରୁ ନାହାଁନ୍ତି । ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ବହୁ ପ୍ରକଳ୍ପ ସଂପୂର୍ଣ୍ଣ ନହୋଇ ବର୍ଷ ବର୍ଷଧରି ଅର୍ଦ୍ଧର୍ନିମିତ ଅବସ୍ତାରେ ପଡିରହିଛି । ଯାହାର ଜଳନ୍ତ ଉଦାହରଣ ପୁରଣ ବାଙ୍କଳ ପାଇକା ଅର୍ଦ୍ଧନିର୍ମିତ ପୋଲ । ପୁରଣ-ଓଡପଡା ଆଦିବାସୀ ସାହି ନିକଟରେ ପାଇକା ନଦୀ ଉପରେ ୧୯୯୨ମସିହାରେ ଅର୍ଦ୍ଧ ନିର୍ମତି ହୋଇ ୨୯ବର୍ଷ ପରେ ମଧ୍ୟ ନିର୍ମାଣକାର୍ଯ୍ୟ ଶେଷ କରାଗଲା ନାହିଁ । ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସଙ୍ଗେ ସମାନ ହୋଇଛି ।

ପ୍ରକାଶ ଥାଉକି ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ପୁରଣ-ଓଡ଼ପଡା ଗ୍ରାମପଞ୍ଚାୟତର ଆଦିବାସୀ ସାହି ନିକଟରେ ପାଇକା ନଦୀ ଉପରେ ଏକ ପୋଲ ୫ଲକ୍ଷ ଟଙ୍କା ବ୍ୟୟରେ ୧୯୯୨ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଅର୍ଦ୍ଧନିମିତ ପାଇକା ପୋଲଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଟେଣ୍ଡର ଦିଆଯାଇ ନିର୍ମାଣ କରାଯିବା ପାଇଁ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ଗତ୨୦୧୬ ମସିହାରୁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମାତ୍ର ଏହି ପୋଲଟି ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କରାଯାଇଥିବା ପ୍ଲାନ ଏଷ୍ଟିମେଟ ଭୁଲ ଥିବାରୁ ଏହାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଗଲା । ଏହି ପୋଲଟି ନିର୍ମାଣ ନିମନ୍ତେ ଦ୍ୱିତୀୟ ବାର ତିର୍ତୋଲ ବିଧାୟିକା ଭିତିପ୍ରସ୍ତାର ସ୍ଥାପନ କରିବାର ୩ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପୋଲଟି ନିର୍ମାଣ ନିମନ୍ତେ କରାଯାଇଥିବା ଭୁଲ ପ୍ଲାନ ଏଷ୍ଟିମେଟକୁ ସଂଶୋଧନ କରାଯାଇପାରିଲା ନାହିଁ ।

ଯାହାଫଳରେ ଏହି ପୋଲଟିର ନିର୍ମାଣ କାର୍ଯ୍ୟ ହେବ କି ନାହିଁ ତାହା କହିହେଉ ବାହିଁ । ଏଠାରେ ପ୍ରଶ୍ନ ଉଠେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କରାଯାଇଥିବା ପ୍ଲାନ ଏଷ୍ଟିମେଟ କିପରି ଭୁଲ ହେଲା ତାହା ତଦନ୍ତ ସାପେକ୍ଷ । ଏଥିପାଇଁ ଦାୟୀ କିଏ? ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଏ ଅଂଚଳର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି । ଏଠାରେ ପୋଲ ନିର୍ମାଣ ସଂମ୍ପୃର୍ଣ୍ଣ ହେଲେ ରଘୁନାଥପୁର ବ୍ଲକ୍ର ପୁରଣ-ଓଡ଼ପଡା, ଛମଣିଆ ସାହି, ଖରିପଡିଆ, ଜାଗିରିପଡିଆ, ଗୋପାଳପୁର, ଜଗନ୍ନାଥପୁର, ରଘୁନାଥପୁର, କୂଳସାହି, ଅରଙ୍ଗ, ବର୍ତ୍ତି, ଗୁଆଳିପୁର, ରାଧାନଗର, ଗୋପାଳପୁର ଅଞ୍ଚଳ ଓ ନିଶ୍ଚିନ୍ତ କୋଇଲି ବ୍ଲକ୍ର ରାଧାନଗର, ବାଙ୍କଳ, କାଠୁଆଖଣ୍ଡ, ବ୍ରାହ୍ମଣଖଣ୍ଡ, ବସ୍ତିଆସାହି, ଶିର୍ଲୋ, ବ୍ରହ୍ମପୁର, ଖେଣ୍ଟାଳୋ, ରଇପଡା ଆଦି ଅଞ୍ଚଳର ହଜାର ହାଜର ଲୋକ ଓ ଯାନବାହନ ସହଜ ଓ ସୁବିଧାରେ ଯାତାୟତ କରିପାରିବେ ।

ବିଶେଷ କରି ପୁରଣ ଗ୍ରାମର ଶହ ଶହ ଚାଷୀ ମାନଙ୍କର ପାଇକା ନଦୀର ଉତ୍ତର ପାଶ୍ୱର୍ରେ ହଜାର ହଜାର ଏକର ଚାଷଜମିରେ ଚାଷ କରିବା ନିମନ୍ତେ ଚାଷୀମାନେ ଏହି ପୋଲଉପରେ ଯାତାୟତ କରିବା ନିମନ୍ତେ ମୁଖ୍ୟତଃ ନିର୍ଭର କରିଥାନ୍ତି । ମାତ୍ର ଏହି ପୋଲଟି ନିର୍ମାଣ ହେବାର ଏକ ବର୍ଷ ପରେ ଭାଙ୍ଗିଯିବା ପରେ ଏ ଅଞ୍ଚଳ ସହ ବିଚ୍ଛିନ୍ନ ହୋଇ ପଡିଛି । ଏପରିକି, ଚାଷୀମାନେ ନଦୀରେବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ନଦୀରେ କଦଳୀ ଭେଳାକରି ତା’ଉପରେ ବହୁକଷ୍ଟରେ ଯାଇ ଚାଷ ଜମିରେ ଚାଷ କରୁଅଛନ୍ତି ।

ଏହି ପୋଲଟି ଭାଙ୍ଗଯିବା ଫଳରେ ନଦୀ ଆରପଟରେ ଥିବା ୧୦/୧୨ଟି ଗ୍ରାମର ଶହ ଶହ ଲୋକ ସୁଦୂର ପାଇକା ନଦୀର ରଇପଡା ପୋଲରେ ପାରିହୋଇ ରଘୁନାଥପୁର ଅଞ୍ଚଳକୁ ଯାତାୟତ କରୁଛନ୍ତି । ଏହି ପୋଲଟି ଭାଙ୍ଗିଯିବାର ୨୯ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଠାରେ ପୋଲର ପୁନଃ ନିର୍ମାଣ କାର୍ଯ୍ୟ କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ଅର୍ଦ୍ଧ ନିର୍ମିତ ଅବସ୍ତାରେ ପଡିଥିବା ପାଇକା ପୋଲଟିକୁ ନିର୍ମାଣକାର୍ଯ୍ୟ ଶେଷ କରିବାକୁ ଏ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

error: Thank You Keep Visiting