ତାଳଚେରର ଜନପ୍ରିୟ ବିଧାୟକଙ୍କ ପ୍ରଶଂସା ନେଇ ବିରୋଧୀଙ୍କ ଅକଲ ଗୁଡୁମ୍
ତାଳଚେର : ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନ ହିତକର କାର୍ଯ୍ୟ କରି ଲୋକଙ୍କ ହୃଦୟରେ ବସା ବାନ୍ଧିଛନ୍ତି ଏବଂ ତାଳଚେର ନିର୍ବାଚନ ମଣ୍ଡଳୀରେ ଘୁରି ବୁଲିଲେ ସବୁ ମହଲରେ ତାଙ୍କ ଜନ ସବା କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଦଳକୁ ବିଧାୟକ ଶ୍ରୀ ପ୍ରଧାନ ମଜଭୁତ କରିବା ପାଇଁ ଯୁବ ସଂଗଠନ ଠାରୁ ଆରମ୍ଭ କରି ମହିଳା ସଂଗଠନ ଦିଗରେ ସେ ଅପ୍ରାଣ ଉଦ୍ୟମ କରୁଥିବା ବିଜେଡି କାର୍ଯ୍ୟ ମହଲରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଗରୀବ ଅସହାୟ ଓ ବିପଦରେ ପଡିଥିବା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କୁ ସେ ବିଭିନ୍ନ ପ୍ରକାର ସାହାଯ୍ୟ ଦେଇ ସେମାନଙ୍କ ଦୁଃଖକୁ ଲାଘବ କରି ଚାଲିଥିବା ବେଳେ ତାଙ୍କର ଏହି ସେବାକୁ ଲୋକ ପ୍ରଶଂସା କରୁଛନ୍ତି ।
ତାଳଚେର ନିର୍ବାଚନ ମଣ୍ଡଳୀରେ ନବୀନ ସରକାରଙ୍କ ସଫଳତାର ବାର୍ତ୍ତା ସେ କର୍ମୀ ମାନଙ୍କୁ ସହଯୋଗ ନେଇ ବିକାଶ ମୂଳକ କାର୍ଯ୍ୟ କରୁଥିବା ବେଳେ ତାଳଚେର ସହର ଠାରୁ ପ୍ରତ୍ୟେକ ଗ୍ରାମଞ୍ଚଳରେ ଆଜି ପକ୍କା ରାସ୍ତା ଗଢି ଉଠିଥିବା ବେଳେ ପାନୀୟ ଜଳ ବ୍ୟବସ୍ଥା, ଆଲୋକିକରଣ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ସେହିପରି କୋଇଲା ଖଣିର କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ନିଯୁକ୍ତି ଦେବା ନେଇ ବିଧାୟକ ଶ୍ରୀ ପ୍ରଧାନ ସେମାନଙ୍କ ନାର୍ଯ୍ୟଦାବୀ ନେଇ କୋଇଲା ଖଣି ଅଧିକାରୀଙ୍କ ବିରୋଧରେ ସଂଗ୍ରାମ କରି ଅନେକ ଜମିହରା ପ୍ରଜା ମାନଙ୍କୁ ନିଯୁକ୍ତି ପ୍ରଦାନ କରି ପାରିଥିବାରୁ ସେ ଅଞ୍ଚଳବାସୀଙ୍କର ପ୍ରିୟ ଭାଜପ ହୋଇ ପାରିଛନ୍ତି ।
ବିଧାୟକ ବ୍ରଜ ବାବୁ ଗରୀବ ଲୋକ ମାନଙ୍କ ଦୁଃଖକୁ କିପରି ସୁଫରେ ପରିଣତ କରିବେ ସେଥିପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଅଧିନସ୍ଥ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କରେ ସ୍ଥାନୀୟ ଲୋକ ମାନଙ୍କର ନିଯୁକ୍ତି ନେଇ ଆନ୍ଦୋଳନ କରୁଥିବା ବେଳେ ଏଥିରେ ବିରୋଧି ଦଳ ଗୁଡିକ ବିଧାୟକ ଶ୍ରୀ ପ୍ରଧାନଙ୍କ ଜନ ପ୍ରଶଂସାକୁ ସହ୍ୟ କରି ପାରୁ ନାହାଁନ୍ତି । ବିଧାୟକଙ୍କ ବିରୋଧରେ ଅନେକ ଆପତି ଜନକ କପୋଳକଳ୍ପିତ ଘଟଣାକୁ ଇସୁ କରି ତାଙ୍କୁ ତାଳଚେର ନିର୍ବାଚନ ମଣ୍ଡଳୀରେ ବଦନାମ କରୁଥିବା ବେଳେ ତାଳଚେରବାସୀ ବିରୋଧି ଦଳର କୁଚକ୍ରୀ ନେତା ମାନଙ୍କ ପାଲରେ ପଡୁ ନଥିବା ଯୋଗୁଁ ସେମାନେ ଏଠାରେ ବିଧାୟକ ଶ୍ରୀ ପ୍ରଧାନଙ୍କ ଚରିତ୍ରକୁ ମଳୀନ କରିବେ ସେଥି ନେଇ ବିଭିନ୍ନ ପ୍ରକାର ଚକ୍ରାନ୍ତ କରୁଥିବା ବେଳେ ଏହା ଲୋକ ମାନଙ୍କ ଠାରେ କିଛି ଫରକ ପଡୁ ନଥିବାରୁ ବିରୋଧୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି ।
କଥାରେ ନୁହେଁ କାମରେ ବିଶ୍ୱାସ କରୁଥିବା ତାଳଚେର ବିଧାୟକ ଏଠାରେ ଶ୍ରେଷ୍ଠ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମଧ୍ୟ ତାଙ୍କର ଭୂୟସୀ ପ୍ରଶଂସା ଶୁଣିବାକୁ ମିଳୁଛି । ଏବଂ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ଗ୍ରହଣ କରି ଶ୍ରୀ ପ୍ରଧାନ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ବିଜେଡି ଦଳର ସେ ଏକ ଦକ୍ଷ ନେତା ବୋଲି ଜନସାଧାରଣରେ ମଧ୍ୟ ଚର୍ଚ୍ଚା ଯୋର ଧରିଛି ।