ସାଧାରଣ ଲୋକଙ୍କ ପସନ୍ଦ ମହେଶ ସାହୁ

Straight to the Point

ଢେଙ୍କାନାଳ : ଢେଙ୍କାନାଳ ଲୋକସଭା କ୍ଷେତ୍ରଟି ଦେଶର ଜଣାଶୁଣା ଲୋକସଭା କ୍ଷେତ୍ର । ଉକ୍ତ ଲୋକସଭା କ୍ଷେତ୍ରରେ କୋଇଲା ଖଣି, ଏନ୍ଟିପିସି, ନାଲକୋ, ଟାଟା ଷ୍ଟିଲ ସହିତ ୧୫ ଟି ଛୋଟ ବଡ ପ୍ଲାଣ୍ଟ ଅବସ୍ଥାପିତ । ରାଜ୍ୟ ତଥା ଦେଶର ପ୍ରମୁଖ ରାଜନେତା ମାନେ ଯଥା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ (କେପି ସିଂହଦେଓ ଓ ଦେବେନ୍ଦ୍ର ପ୍ରଧାନ), ପ୍ରାକ୍ତନ ସାଂସଦ (ନଗେନ୍ଦ୍ର ପ୍ରଧାନ, ରବି ପାଣି, ରୁଦ୍ର ପାଣି) ରାଜ୍ୟ ବିଧାନସଭାରୁ ନୀଳକଣ୍ଠ ଉପାଧି ପାଇ ରାଜ୍ୟର ଶ୍ରେଷ୍ଠ ବିଧାୟକ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ, ସଂଜିବ ସାହୁ, ରାଜ୍ୟ ମନ୍ତ୍ରୀ (ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ) ସାଂସଦ ତଥାଗତ ଶତପଥୀ ଓ ବିଧାୟକ (ବ୍ରଜ କିଶୋର ପ୍ରଧାନ, ସୀମା ନାଏକ, ସରୋଜ ସାମଲ, ସୁଧୀର ସାମଲ) ।

୨୦୧୯ ସାଧାରଣ ନିର୍ବାଚନରେ ଘୋଷଣା କରିଥିଲେ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ତଥାଗତ ସତପଥୀ ଯେ ଚଳିତ ନିର୍ବାଚନରେ ସେ ଲଢିବେ ନାହିଁ । କିଛି ଦିନ ବିଜେଡିର ସୁପ୍ରିମୋ ସମୀକ୍ଷା, ତରଜମା କଲାପରେ ରାଜ୍ୟର ବରିଷ୍ଠ ବିଧାୟକ ମହେଶ ସାହୁଙ୍କୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ପାଇଁ ଘୋଷଣା କଲେ । ମହେଶ ସାହୁ ହେଉଛନ୍ତି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ପୂର୍ବତନ ଭଲିବଲ ଖେଳାଳୀ । ଖେଳାଳି ଭାବରେ ଚୌଦ୍ୱାର, ଢେଙ୍କାନାଳ, ଆଠଗଡ, ପରଜଙ୍ଗ, ଅନୁଗୋଳ, ରେଢାଖୋଲ, ଆଠମଲ୍ଲିକ, ହିନ୍ଦୋଳ, କାମାକ୍ଷା ନଗର ଏବଂ ନିଜ ଜନ୍ମ ମାଟି ତାଳଚେରର ପରିଚିତ । ତାଳଚେରର କ୍ରୀଡା ସଂସଦର ସଂପାଦକ । ନିଜ ଜନ୍ମ ସ୍ଥାନ ୱାର୍ଡ ନଂ ୨ର କାଉଁନସିଲର ମଧ୍ୟ ଥିଲେ । ସାଧାରଣ ଲୋକଙ୍କ ସହିତ ମିଶିବା, ପ୍ରତି ଗାଁ ରୁ ଗାଁ ବୁଲି ନିଜ ସଂଗଠନ ବଢାଇବା କାର୍ଯ୍ୟରେ ସେ ପ୍ରାୟତଃ ବ୍ୟସ୍ତ ରହିଥାନ୍ତି ।

୨୦୦୯ ମସିହାରେ ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ପରାଜୟ ହୋଇଥିଲେ ଓ ପରେ ୨୦୧୪ ମସିହାରେ ପାଲଲହଡାରୁ ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ଭାବରେ ମହେଶ ସାହୁଙ୍କ ନିଯୁକ୍ତି ଦେବା ପରେ ଅଧିକା ଟିକସ ଆଦାୟ କରି ଚର୍ଚ୍ଚାକୁ ଆସିଥିଲେ । ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ । ଅନୁଗୋଳ ଜିଲ୍ଲାର ସାଧାରଣ ପରିବାରରୁ ଆସି ଶ୍ରୀ ସାହୁ ସାଧାରଣ ଲୋକଙ୍କ ସହିତ ମିଳାମିଶା ଜାରି ରଖିଛନ୍ତି । ଦଳ ଶ୍ରୀ ସାହୁଙ୍କ ପ୍ରତି ଆସ୍ଥା ପ୍ରକଟ କରି ୨୦୧୯ ସାଧାରଣ ନିର୍ବାଚନରେ ଢେଙ୍କାନାଳରୁ ସାଂସଦ ପ୍ରାର୍ଥୀ ଭାବରେ ଛିଡା କରାଇଛି । ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ, ଅନୁଗୋଳ, ତାଳଚେର ଓ ପାଲଲହଡାର ସାଂସଦ ପ୍ରାର୍ଥୀଙ୍କ ଭୋଟ ଦିନକୁ ଦିନ ବୃଦ୍ଧି ହେଉଛି ବୋଲି ସାଧାରଣରେ ଆଲୋଚନା ।

error: Thank You Keep Visiting