ଜଗତସିଂହପୁର ଜିଲ୍ଲାରେ ଲୋକସଭା ଓ ବିଧାନସଭା ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ପ୍ରାର୍ଥୀପତ୍ର ଦାଖଲ

Straight to the Point

ଜଗତସିଂହପୁର: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ୧୬-ଜଗତସିଂହପୁର(ସଂ)ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଫ୍ରି ଥଟ୍ ପାର୍ଟି ଅଫ୍ ଇଣ୍ଡିଆର ପ୍ରାର୍ଥୀ ଭାବେ ଅନୀଲ କୁମାର ବେହେରା, ଆମ୍ବେଦକରିତ ପାର୍ଟି ଅଫ୍ ଇଣ୍ଡିଆର ପ୍ରାର୍ଥୀ ଭାବେ ପୀୟୂଷ ଦାସ, ଅଖିଳ ଭାରତ ହିନ୍ଦୁ ମହାସଭା ପାର୍ଟିର ପ୍ରାର୍ଥୀ ଭାବେ ଦୀପକ କୁମାର ଦାସ, ଜୟ ପ୍ରକାଶ ଜନତା ଦଳର ପ୍ରାର୍ଥୀ ଭାବେ ଜଗନ୍ନାଥ ମେଘ, ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ବିଭୁତି ଭୂଷଣ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ସସ୍ମିତା ଦାସ ଜିଲ୍ଲାପାଳ-ତଥା-ରିଟର୍ଣ୍ଣି ଅଫିସର ଗୁହା ପୁନମ ତାପସ କୁମାରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

୧୦୧-ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆମ୍ବେଦକର ଜାତୀୟ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ଦୀପ୍ତିରଞ୍ଜନ ନାୟକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରୀବଲ୍ଲଭ କର, ଅନୁପ କୁମାର ପଟ୍ଟନାୟକ ଏବଂ ୧୦୨-ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ଦେବୀ ପ୍ରସାଦ ମଲ୍ଲିକ ଏବଂ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ରବୀନ୍ଦ୍ର ନାଥ ସେଠୀ ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣି ଅଫିସର, ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି ୧୦୩-ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜାତୀୟବାଦୀ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ବିକ୍ରମ କୁମାର ସ୍ୱାଇଁ, ଅନାରକ୍ଷିତ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ମୃତ୍ୟୁଞ୍ଜୟ ସ୍ୱାଇଁ, ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ପ୍ରାର୍ଥୀ ଭାବେ ବୀରବର ଦଳାଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଉମାକାନ୍ତ ପରିଡ଼ା ଏବଂ ୧୦୪-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ମୁଦୁଲି, ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ପରିନା ବିବି, ଜୟପ୍ରକାଶ ଜନତା ଦଳର ପ୍ରାର୍ଥୀ ଭାବେ ସୌଭାଗିନୀ ବେହେରା ଓ ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ପ୍ରାର୍ଥୀ ଭାବେ ନୃସିଂହ ଚରଣ ବାରିକ ଉପ-ଜିଲ୍ଲାପାଳ-ତଥା ରିଟର୍ଣ୍ଣି ଅଫିସର, ଜଗତସିଂହପୁର ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ୧୬-ଜଗତସିଂହପୁର(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ, ୧୦୧-ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ, ୧୦୨-ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ, ୧୦୩-ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ ଏବଂ ୧୦୪-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୭ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

error: Thank You Keep Visiting