ଲୁଟେରା ନେତାଙ୍କୁ ଲୁଟିବା ପାଇଁ ଜାଲ ବିଛାଇଲେଣି ଗାଁ ଦଲାଲ ;୨୦୧୯ ନିର୍ବାଚନରେ ଦଲାଲ, କୁଜିନେତାଙ୍କୁ ନେଇ ଚର୍ଚ୍ଚା

Straight to the Point

ନୀଳଗିରି (ଉମାକାନ୍ତ ରାଉତ): ୨୦୧୯ ନିର୍ବାଚନ ଓଡ଼ିଶା ପାଇଁ ଅତି ସମ୍ବେଦନଶୀଳ ହୋଇ ପଡିଛି । ପ୍ରତ୍ୟେକ ଦଳରନେତା, ଆଶାୟୀ ପ୍ରାର୍ଥୀ, ଆଗଧାଡ଼ିର କର୍ମୀ ଦଳଡ଼ିଆଁ ହେଉଛନ୍ତି । କିଛି କୁଜି ନେତା ଏହି ମୌକାରେ କୋଟିପତି ହେବାପାଇଁ ଆଶାବାନ୍ଧିଛନ୍ତି , ତାକୁ ନେଇ ନୀଳଗିରିରେ ଚର୍ଚ୍ଚା ଜୋର୍ ଧରିଛି । ସାରା ଓଡ଼ିଶାରେ କିଛି କୋଟିପତି ପ୍ରାର୍ଥୀ , ପ୍ରାର୍ଥିନୀ ହୋଇଥିଲାବେଳେ କିଛି ଖଣି ଲୁଟେରା, ଚିଟ୍ଫଣ୍ଡରେ ସଂପୃକ୍ତ ବେପାରୀ ପ୍ରାର୍ଥୀ ହୋଇଥିବା କଥା ଦେଖା ହୋଇଛି । ଏହି ମୌକାରେ ସେମାନଙ୍କର ଲୁଟ୍ ଟଙ୍କାକୁ କିପରି ଦଲାଲି କରି କୁଜିନେତା ବଡ ଲୋକ ହେବେ, ଜାଲ ବିଛାଇ ସାରିଛନ୍ତି ।

କିଏ କହୁଛି ସାହିର ୯୦ ପ୍ରତିଶତ ଭୋଟ୍ ମୋର ତ କିଏ କହୁଛି ସହରର ସମସ୍ତ ଭୋଟ୍ ମୋର , ସେହି ଅନୁସାରେ ଟଙ୍କା ନବାଣ୍ଟିଲେ ଭୋଟର ଖସିଯିବେ ବୋଲି ପ୍ରାର୍ଥୀଙ୍କ ପାଖରେ କହି ବୁଲିଛନ୍ତି । ରାଲି ଏବଂ ଭୋଟର ପ୍ରଦର୍ଶନ ବେଳେ କୌଣସି କର୍ମୀଙ୍କୁ ନଆଣି ଅଙ୍ଗୁଳି ନିର୍ଦ୍ଦେଶ କରି ସବୁ ମୁଁ ଆଣିଛି ଏବଂ ଆହୁରି ଟଙ୍କା ବାକି ରହିଛି , ସେମାନଙ୍କୁ ଟଙ୍କା ନଦେଲେ ଅନ୍ୟଦଳକୁ ଚାଲିଯିବେ ବୋଲି ପ୍ରାର୍ଥୀଙ୍କ ନିକଟରେ ମିଛ କାନ୍ଦଣା କାନ୍ଧୁଛନ୍ତି । ଏକ ସତ୍ୟ ସୂଚନା ଅନୁଯାୟୀ କୌଣସି ଏକଦଳରେ ଭୋଟ୍ ଅତିକମ୍ ଥିଲାବେଳେ ଏହାକୁ ବଢ଼େଇବାପାଇଁ ଜଣେ ଦଲାଲ କୁଜିନେତା ପ୍ରାର୍ଥୀ ମାନଙ୍କର ଦ୍ୱାରସ୍ଥ ହୋଇ ଏକ ବିରାଟ ହିସାବ ଫର୍ଦ୍ଧ ଦେଇଥିବା ଶୁଣିବାକୁ ମିଳୁଛି । ପଞ୍ଚାୟତ କଥା କହିଲେ ନସରେ , ଗାଁର ଦଲାଲିକରୁଥିବା କୁଜିନେତା ଗୋଟେ କି ଭୋଟ୍ ନଥିଲା ବେଳେ ମୁଣ୍ଡଗଣତିକରି ଟଙ୍କା ନେବାପାଇଁ ଯେତେବେଳେ ହିସାବ ଦେଉଛନ୍ତି , ସେତେବେଳେ ଜଣାପଡୁଛି ପଞ୍ଚାୟତର ଥିବା କୁଜିନେତା ଯେଉଁ ହିସାବ ଦେଉଛନ୍ତି ଭୋଟର ଙ୍କ ଅପେକ୍ଷା ଅଧିକା ହୋଇ ଯାଇଛି ।

ତେଣୁ ଦଲାଲୀ କୁଜି ନେତାଙ୍କ ଠାରୁ ପ୍ରାର୍ଥୀ ମାନେ ଦୂରେଇ ରହିବାକୁ ଚେଷ୍ଟା କରୁଥିଲେ ହେଁ ନଦୀରେ ଭାସି ଯାଉଥିବା ବେଳେ କୁଟା ଖଣ୍ଡକୁ ସାହା ହେଲାଭଳି ପ୍ରାର୍ଥୀ ମାନେ ଭାସି ଯାଉଥିବା ବେଳେ ଦଲାଲି କୁଜିନେତାଙ୍କୁ ଜାଣିମଧ୍ୟ ହାତଧରି ନିଜ ବିପଦକୁ ଆଦରିଛନ୍ତି । ନୀଳଗିରିରେ ଏକ ପ୍ରାର୍ଥୀ ଗତ ୧ ମାସ ମଧ୍ୟରେ ନିଜ ଦଳକୁ ଭୁଲ୍ ବସତଃ ଦଲାଲି କୁଜିନେତାଙ୍କୁ ନିଜ ପକେଟକୁ ଆଣିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ହେଁ , ଏବେ ତର୍ଜମାକରି ଜାଣିସାରିଲେଣି ଏମାନଙ୍କ ହାତରେ ନିଜସ୍ୱ ବା ନିଜର ପରିବାର ଭୋଟ୍ ଖଣ୍ଡିଏ ମଧ୍ୟ ନାହିଁ, ଏଠାରେ ଆଲୋଚନା ହେଉଛି ଯେଉର୍ ପ୍ରାର୍ଥୀମାନେ ଦେଶକୁ ଏବଂ ଲୋକଙ୍କୁ ଲୁଟି କୋଟିପତି ସାଜିଛନ୍ତି ସେମାନଙ୍କ ଟଙ୍କା ଦଲାଲି ମାନେ ନେଲେ କିଛି ଅସୁବିଧା ନାହିଁ ଏବଂ ଜୈସିକରନି ବୈସି ଭରନି ଭଳି ବେଇମାନ ସମ୍ପତ୍ତି ସଇତାନ ଖାଇବେ ଏଥିରେ କିଛି ସନ୍ଦେହ ନାହିଁ ।

error: Thank You Keep Visiting