ଶେଷ ଦିନରେ ମୋଟ ୨୭ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

Straight to the Point

ଭଦ୍ରକ: ଭଦ୍ରକ ସଂସଦୀୟ କ୍ଷେତ ସମେତ ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମୋଟ ୨୭ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ୩ଜଣ, ଭଦ୍ରକ ବିଧାନସଭା ପାଇଁ ୫ ଜଣ, ଭଣ୍ଡାରିପୋଖରୀ ପାଇଁ ୪ଜଣ, ବାସୁଦେବପୁର ପାଇଁ ୬ଜଣ, ଚାନ୍ଦବାଲି ପାଇଁ ୫ ଜଣ, ଧାମନଗର ପାଇଁ ୪ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ବହୁଜନ ସମାଜବାଦୀ ପାର୍ଟିରୁ ମୁରଲୀଧର ଜେନା, ଆମ୍ବେଦକର ନ୍ୟାସନାଲ କଂଗ୍ରେସ ପାର୍ଟିରୁ ଗୋପାଳ ରାମ, ଏବଂ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପୀତାମ୍ବର ସେଠୀ ରିଟର୍ଣ୍ଣିଂ ଅଫିସର ଜ୍ଞାନ ଦାସଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବାସୁଦେବପୁର ବିଧାନସଭା ପାଇଁ କଂଗ୍ରେସ ଦଳ ପକ୍ଷରୁ ଅଶୋକ ଦାସ, ବିଜେପି ପକ୍ଷରୁ ମାଧବାନନ୍ଦ ମଲ୍ଲିକ, ସ୍ୱାଧୀନ ପ୍ରାର୍ଥୀ ସବିତା ରାଣୀ ପାକଳ, ତୃଣମୂଳ କଂଗ୍ରେସରୁ ନାଥ ବୈରାଗୀ ଦାସବେହେରା, ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ନିର୍ମଳ ମଳ୍ଲିକ, ଆମ୍ବେଦକର ନ୍ୟାସନାଲ କଂଗ୍ରେସ ପକ୍ଷରୁ ସେକ ମହମ୍ମଦ ଜମୀର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ଚାନ୍ଦବାଲି ବିଧାନସଭା ପାଇଁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଅଜୟ କୁମାର ମହାରଣା, କଂଗ୍ରେସ ପକ୍ଷରୁ ଦିଗମ୍ବର ଦାସ, ବିଜେପି ପକ୍ଷରୁ ମନମୋହନ ସାମଲ, ସ୍ୱାଧୀନ ପ୍ରାର୍ଥୀ ସତ୍ୟବ୍ରତ ସାହୁ ଏବଂ ସୂର୍ଯ୍ୟନାରାୟଣ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇ ବିଧାନସଭା ନିମନ୍ତେ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି ଭଦ୍ରକ ବିଧାନସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ କାହ୍ନୁ ଚରଣ ବାରିକ, କୃଷ୍ଣଚନ୍ଦ୍ର ଖଟୁଆ, ତୃଣମୂଳ କଂଗ୍ରେସରୁ ସେକ ମହମ୍ମଦ ଅଲୀ ଜିନା, ବହୁଜନ ସମାଜବାଦୀ ପାର୍ଟିରୁ ସସ୍ମିତା ପାତ୍ର, ଆମ୍ବେଦକର ନ୍ୟାସନାଲ କଂଗ୍ରେସରୁ ଫାତେମା ଅମ୍ରିନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭଣ୍ଡାରିପୋଖରୀ ପାଇଁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଶିବନାରାୟଣ ବିଶ୍ୱାଳ, ସ୍ୱାଧୀନ ପ୍ରାର୍ଥୀ ଅଶୋକ କୁମାର ରାଉତ ଏବଂ ବହୁଜନ ସମାଜବାଦୀ ପାର୍ଟିରୁ ୨ଜଣ ପ୍ରାର୍ଥୀ ସନ୍ତୋଷ ପେରେଇ ଓ ରାଜୀବ ଲୋଚନ ଜେନା ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଧାମନଗର ବିଧାନସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ବାଙ୍କ୍ ବିହାରୀ ଦାସ. ବହୁଜନ ସମାଜବାଦୀ ପାର୍ଟିରୁ ବଧିରାମ ସାମଲ, ଅଖଳ ଭାରତ ହିନ୍ଦୁ ମହାସଭାରୁ ପ୍ରସନ୍ନ କୁମାର ଦାସ ଏବଂ କଳିଙ୍ଗ ସେନା ପକ୍ଷରୁ ଶେଷଦେବ ମାହାଲୀ ରିଟର୍ଣ୍ଣିଂ ଅଫିସର ହେମନ୍ତ କୁମାର ବେହାରୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତେବେ ଆଜିର ପ୍ରାର୍ଥୀପତ୍ର ଦାଖଲ ଶେଷଦିନରେ ଚାନ୍ଦବାଲି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଓ ବାସୁଦେବପୁର ବିଜେପି ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ଶୋଭାଯାତ୍ରା ଆଖିଦୃଶିଆ ଥିବାବେଳେ କଂଗ୍ରେସ ଜିଲା ସଭାପତି ତଥା ବାସୁଦେବପୁର ଆସନ ପ୍ରାର୍ଥୀ ଅଶୋକ ଦାସଙ୍କ ଶୋଭାଯାତ୍ରା କୌଣସି ଗୁଣରେ କମ୍ ନଥିଲା । ମନମୋହନ ସାମଲଙ୍କ ସହିତ ଜିଲା ବିଜେପି ସଭାପତି ବଦ୍ରୀ ଧଳ, ପୂର୍ବତନ ବିଧାୟକ ତଥା ଧାମନଗର ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ, ଭଦ୍ରକ ବିଜେପି ପ୍ରାର୍ଥୀ ଡା. ପ୍ରଦୀପ ନାୟକ, ବରିଷ୍ଠ ଆଇନ୍ଜୀବୀ ବସନ୍ତ ଦାସ, ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସଙ୍କ ସହ ବାସୁଦେବପୁର ନଗର ସଭାପତି ଭକ୍ତରଂଜନ ପଟ୍ଟନାୟକ, ପୂର୍ବତନ ବ୍ଲକ୍ ସଭାପତି ଉମାକାନ୍ତ ପାଢୀ, ନିର୍ମଳ ବେହେରା, ବରିଷ୍ଠ ନେତା ରତ୍ନାକର ମଲ୍ଲିକ, ମଧୁସୂଦନ ଦାସ, ପୂର୍ବତନ କଂଗ୍ରେସ ନେତ୍ରୀ ମିନାକ୍ଷୀ ନାୟକ, ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ, ତିହିଡି ବ୍ଲକ୍ ସଭାପତି ସରୋଜ ଦାସ ପ୍ରମୁଖ ସାମିଲ୍ ଥିଲେ ।

error: Thank You Keep Visiting