ଜମାକାରୀଙ୍କ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ଓ ଧାରଣା

Straight to the Point

ଖଇରା : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ତରଫରୁ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଛୋଟବଡ ସମସ୍ତ ଜମାକାରୀ ମାନଙ୍କୁ ଚିହ୍ନଟ,ସମସ୍ତଙ୍କୁ ଜମାଟଙ୍କା ଫେରସ୍ତ ଓ ସମସ୍ତ ତ୍ରୁଟିଯୁକ୍ତ ଆଇନ ସଂଶୋଧନ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାନେଇ ତହସିଲ ଆଗରେ ବହୁ ସଂଖ୍ୟାରେ ଜମାକାରୀମାନେ ଧାରଣା ଦେଇଥିଲେ । ବିଭିନ୍ନ ସମୟରେ ଜମାକାରୀମାନେ ବିଭିନ୍ନ ଦାବୀକୁନେଇ ଧାରନା,ବିକ୍ଷୋଭ ଓ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ଜମାକାରୀଙ୍କ କଥାକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ସେହି ଦାବି ଗୁଡିକ ମଧ୍ୟରେ କ୍ଷୁଦ୍ର ଓ ବୃହତ ନିର୍ବିଶେଷରେ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ ଓ ଯାଂଚ,ସମସ୍ତ ଜମାକାରୀଙ୍କ ଜମାରାଶି ଫେରସ୍ତ,ଯେଉଁସବୁ ତ୍ରୁଟିପୂର୍ଣ୍ଣ ଆଇନେଯାଗୁଁ ଜମାକାରୀମାନଙ୍କୁ ଲୁଟ କରାଗଲା ସେହି ଆଇନର ସଂଶୋଧନ,ଯେଉଁସବୁ ଜମାକକାରୀଙ୍କ ତ୍ରୁଟିପୂର୍ଣ୍ଣ ଯାଂଚ ସତ୍ୱେ ଟଙ୍କାଫେରସ୍ତ ଭୁଲ ଆସିଛି ତାହା ଅତିରିକ୍ତ ଅବିଳମ୍ବେ ସଂଶୋଧନ କରନ୍ତୁ,ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓ ୨୦୧୪ ଡିସେମ୍ବରରେ କେନ୍ଦ୍ର ସରକାର ଜମାକାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରନ୍ତୁ ଇତ୍ୟାଦି ଦାବିକୁନେଇ ଧାରଣାରେ ଶାନ୍ତିପୂର୍ଣ୍ଣ ଭାବରେ ବସିଥିଲେ । ଶେଷରେ ଶେଷରେ ଅତିରିକ୍ତ ତହସିଲଦାର ବିଭାଷ ରଂଜନ ପାଣିଗ୍ରାହୀଙ୍କ ସହିତ ଦାବି ଗୁଡିକ ସମ୍ବନ୍ଧରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ପାଣିଗ୍ରାହୀ ସେମାନଙ୍କ ଦାବିପତ୍ରକୁ ଗ୍ରହଣକରି କିଛି ଲୋକଙ୍କୁ ଚିହ୍ନଟକରି ଜମାଟଙ୍କା ଫେରସ୍ତ ଦିଆଗଲାଣି ,ବର୍ତ୍ତମାନ ଆମ୍ଭର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ସରିଲେ ପ୍ରଦାନ କରାଯିବ ବୋଲି ଜମାକାରୀମାନଙ୍କୁ କହିଥିଲେ ।

error: Thank You Keep Visiting