ପାଗଳା ମାଙ୍କଡର ଆକ୍ରମଣରେ ବୃଦ୍ଧ-ବୃଦ୍ଧା ଓ ଶିଶୁ ଗୁରୁତ୍ତର
ନୀଳଗିରି (ଉମାକାନ୍ତ ରାଉତ): ଦିନକୁ ଦିନ ନୀଳଗିରି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଙ୍କଡ ପାଗଳାମି ପାଇଁ ଏହାର ଶିକାର ହୋଇଛନ୍ତି ଛୋଟ ଶିଶୁ ଓ ବୃଦ୍ଦ/ ବୃଦ୍ଧା, ଗତକାଲି ନୀଳଗିରି ବ୍ଳକ , ରାଧାକିଶୋରପୁର ଗ୍ରାମରେ ୪ ବର୍ଷର ଶିାୁ ପୁତ୍ରକୁ ଏକ ପାଗଳ ମାଙ୍କଡ଼ ଆକ୍ରମଣ ଫଳରେ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲା ବେଳେ ଆଜି ପୁଣି ଭାଲୁ ଆକ୍ରମଣରେ ୰ ରବି ସିଂ ଙ୍କ ବୃଦ୍ଧା ସ୍ତ୍ରୀ ସୁକୁରୁ ସିଂ (୬୫) ଏହି ପାଗଳା ମାଙ୍କଡର ପାଗଳାିର ଶିକାର ହୋଇଛନ୍ତି । ଘଟଣାରୁ ପ୍ରକାଶ ଆଜି ସକାଳ ୮ଟା ବେଳେ ସୁକୁରୁ ସିଂ ଘର ଅଗଣାରେ ବସି ମୁଣ୍ଡ କୁଣ୍ଡାଉଥିବା ବେଳେ ହଠାତ ଏହି ମାଙ୍କଡଟି ଆକ୍ରମଣ କରିଥିଲା ।
- ଲଜ୍ୟା,ଲଜ୍ୟା,ଲଜ୍ୟା,; ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ
- ପରୀ ମାମଲା:ଧରାପଡିଲା ସରକାରଙ୍କ ମିଛ ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!
- ଆସନ୍ତା୧୬ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବୁମ୍ରାଙ୍କ ପାଇଁ ଟିମ୍ ଇଣ୍ଡିଆ ର ଏକାଦଶ ଚୟନ ହୋଇପାରିଲାନି
- କିଡ୍ନୀ ରାକେଟ ର ମାଷ୍ଟରମାଇଣ୍ଡ ହିମାଂଶୁଙ୍କ ନାଁରେ ଆଉ ଏକ ଅଭିଯୋଗ
ଏହି ଆକ୍ରମଣରେ ତାଙ୍କର ବାମହାତ ପାପୁଲି , ଡାହାଣ ଗୋଡ ଏବଂ ବାମ ଗୋଡରେ ଗଭୀର କ୍ଷତ ସୃ୍ଷ୍ଟିହୋଇଛି । ସେ ଏବେ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ନୀଳଗିରି ବନଖଣ୍ଡ ଅଧିକାରୀ ସୁକୁମାର ଦାସ ଏବଂ ବନକର୍ମଚାରୀ ଉକ୍ତ ଜାଗାକୁ ଯାଇ ପାଗଳା ମାଙ୍କଡଟିକୁ ଧରିବାକୁ ଚେଷ୍ଟା କରୁଥିଲେ ହେଁ ମାଙ୍କଡଟି ତାଙ୍କ ହାତରେ ଧରାପଡି ନାହିଁ । ଶିମିଳିପାଳ ଅଭୟାରଣ୍ୟରୁ ଟ୍ରାଙ୍କୁଲାଇଜ୍ ଟିମ୍ଙ୍କ ସାହାଯ୍ୟରେ ଦିନ ୨ ଦିନ ଭିତରେ ଏହି ମାଙ୍କଡକୁ ଧରି ଜଙ୍ଗଲରେ ଛାଡିଦେବେ ବୋଲି ବନଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ମାଙ୍କଡ଼ ର ଅଚାନକ ଆକ୍ରମଣ ପାଇଁ ଅଞ୍ଚଳରେ ଭୟ ସଂଚାର ହେବା ସହିତ ଯଥା ଶିଘ୍ର ମାଙ୍କଡକୁ କାବୁ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତିି ।