ନିଆଁରେ ପୋଡ଼ି ଛାତ୍ରୀ ଗୁରୁତର

Straight to the Point

ନୀଳଗିରି (ଉମାକାନ୍ତ ରାଉତ): ନିଜଘରେ ଥିବା ଚୁଲିରେ ରୋଷେଇ କରୁଥିବା ବେଳେ ଜଣେ ଛାତ୍ରୀ ପୋଡ଼ିଯାଇ ଗୁରୁତର ହୋଇଛନ୍ତି । ନୀଳଗିରି ବ୍ଳକ ଗୋପାଳପୁର ଗ୍ରାମର ସର୍ବେଶ୍ୱର ସିଂଙ୍କ ଝୀଅ ଦୁର୍ଗାଦେବୀ ସିଂ (୧୫) ଦ୍ୱିପ୍ରହରରେ ଚୁଲିରେ ରୋଷେଇ କରୁଥିଲା ବେଳେ ପିନ୍ଧା ଲୁଗାରେ ନିଆଁ ଲାଗିଯିବାରୁ ତାଙ୍କ ଶରୀର ପୋଡ଼ି ଯାଇଥିଲା ।

ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନରେ ଚିକିତ୍ସିତ କରାଯାଇଥିଲେହେଁ ଡାକ୍ତରଙ୍କ ସୁତ୍ରରୁ ୭୦ ଭାଗ ଶରୀର ପୋଡିଯାଇଛି । ସେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଅଟନ୍ତି ।

error: Thank You Keep Visiting