ଗଳଧାରି ପଞ୍ଚାୟତ ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

Straight to the Point

ଜଗତସିଂହପୁର: ନାଉଗାଁ ବ୍ଲକ ଗଳଧାରି ପଞ୍ଚାୟତରେ ୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ସ୍ଥାନୀୟ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।

ସ୍ଥାନୀୟ ସିପିଛକ ଜନସଂପର୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଗଳଧାରି ପଞ୍ଚାୟତର ବିଜେଡି କର୍ମୀ ପ୍ରେମାନନ୍ଦ ନାୟକ, ମାଗୁଣି ବେହେରା,ମୋହନ ନାୟକ, ଚିତ୍ରସେନ ନାୟକ, ପ୍ରେମାନନ୍ଦ ରାଉତ, ଦିପକ ରଂଜନ ରାଉତ ପ୍ରମୁଖ ୫୦ରୁ ଉଦ୍ଧ୍ୱର୍ କର୍ମୀ ଚିରଞ୍ଜିବ ବିଶ୍ୱାଳଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରଂଜିତ୍ ମଲ୍ଲିକ,କିଶୋର ନାୟକ,ଗଙ୍ଗାଧର ନାୟକ,ସୂର୍ଯ୍ୟକାନ୍ତ ନାୟକ,ଶୈଳେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting