ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟରେ ଯୋଗଦାନ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗ ୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୨ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଜଣେ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଜଗତସିଂହପୁର(ସଂ)ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୧-ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ,୧୦୨-ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୦୩-ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୦୪-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ କୁମାର ରାଜୀବ ରଞ୍ଜନ,ଭା.ପ୍ର.ସେ., ମୋବାଇଲ ନମ୍ବର-୮୪୮୦୫୧୯୬୦୪କାର୍ଯ୍ୟରେ ଯୋଗଦେଇଛନ୍ତି ।
- ଦିଲ୍ଲୀ ପୁଲିସ୍କୁ ଚାଷୀନେତା ଧୋକା ଦେଇଥିବା କହିଲେ କମିଶନର ଏସ,ଏନ୍ ଶ୍ରୀବାସ୍ତବ
- ଲଜ୍ୟା,ଲଜ୍ୟା,ଲଜ୍ୟା,; ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ
- ପରୀ ମାମଲା:ଧରାପଡିଲା ସରକାରଙ୍କ ମିଛ ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!
- ଆସନ୍ତା୧୬ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବୁମ୍ରାଙ୍କ ପାଇଁ ଟିମ୍ ଇଣ୍ଡିଆ ର ଏକାଦଶ ଚୟନ ହୋଇପାରିଲାନି
ସକାଳ ୫ ଘଟିକା ଠାରୁ ସଂଧ୍ୟା ୬ ଘଟିକା ମଧ୍ୟରେ କୁମାର ରାଜୀବ ରଞ୍ଜନଙ୍କୁ ଭୋଟରମାନେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭେଟି ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ, ଆଦର୍ଶ ଆଚରଣ ବିଧି ଉଲଘଂନ ସଂପର୍କରେ ଜଣାଇ ପାରିବେ । ସାଧାରଣ ପର୍ଯ୍ୟବେକ୍ଷକ କୁମାର ରାଜୀବ ରଞ୍ଜନ ଗତକାଲି ନିର୍ବାଚନ ପରିଚାଳନା ସଂପର୍କରେ ଅଧିକାରୀମାନଙ୍କ ସହିତ ବୈଠକରେ ଯୋଗଦେଇଥିଲେ ।

ସେହିପରି ୧୬-ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପୁରୀ ଜିଲ୍ଲାର ୧୦୫- କାକଟପୁର, ୧୦୬-ନିମାପଡା ଓ ୯୨ ନିଆଳୀ(କଟକ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସାଧରଣ ପର୍ଯ୍ୟବେକ୍ଷକ ଭାବେ ଅନୀଶ ଶେଖର, ଭା.ପ୍ର.ସେ, ମୋବାଇଲ ନଂ-୯୪୩୮୪୯୪୮୨୫ ଯୋଗଦେଇଛନ୍ତି ।

ସେହିପରି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିସ ପର୍ଯ୍ୟବେକ୍ଷକ ଭାବେ ବିକାଶ କୁମାର,ଭା.ପୋ.ସେ,ମୋବାଇଲ ନଂ-୭୬୫୩୮୩୯୩୯୪ କାର୍ଯ୍ୟରେ ଯୋଗଦେଇଛନ୍ତି । ନିର୍ବାଚନ ସଂକ୍ରାନ୍ତୀୟ ସୂଚନା ଓ ଅଭିଯୋଗ ନିମନ୍ତେ ସଂପୃକ୍ତ ପର୍ଯ୍ୟବେକ୍ଷକଙ୍କୁ ଉପରୋକ୍ତ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।