ମନୋନୟନର ଶେଷ ଦିବସରେ ନାମାଙ୍କନ ପତ୍ର ଦାଖଲ କଲେ ଅନୁଭବ, ଦେବେନ୍ଦ୍ର, ଶଶିଭୂଷଣ ଓ ସିପ୍ରା

Straight to the Point

କେନ୍ଦ୍ରାପଡ଼ା: ସାଧାରଣ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ମନୋନୟନର ଶେଷ ଦିବସରେ ୧୫ – କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡିର ଅନୁଭବ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ,୯୭ – କେନ୍ଦ୍ରାପଡା (ଏସ.ସି.) ଆସନରେ ବିଜେଡିର ପ୍ରାର୍ଥୀ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉଭୟ ଅନୁଭବ ଓ ଶଶିଭୂଷଣ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ ନିକଟରେ ପହଁଚିବା ପରେ ଶ୍ରୀ ମହାନ୍ତି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ନିକଟରେ ଓ ଶ୍ରୀ ବେହେରା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

ଏହି ଶୋଭାଯାତ୍ରାରେ ପ୍ରାର୍ଥୀଙ୍କ ସହିତ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଅନାମବନ୍ଧୁ ଧଳ, ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା,ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁ,ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, କାଳିପ୍ରସାଦ ମିଶ୍ର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ଇନାୟତ(ଚନ୍ଦନ),ପିପି ଭୀମସେନ ଭୂୟାଁ,ସେକ ମତୁ,ସଞ୍ଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଆଳି ବିଧାନସଭା ଆସନ ନିମନ୍ତେ କଂଗ୍ରେସ ଦଳରୁ ଦେବେନ୍ଦ୍ର ଶର୍ମା ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ

ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସେହି ଆସନରୁ ବିଜେପିର ଅସନ୍ୁଷ୍ଟ ନେତ୍ରୀ ସୁଜାତା ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଶୁତୋଷ ମହାରଣା,ମମତା ସାମନ୍ତରାୟ,ଦେବେନ୍ଦ୍ର ରାଉତ,ଆମ୍ବେଦକର ଜାତିୟ କଂଗ୍ରେସର ପ୍ରମୋଦ କୁମାର ଦାସ,ବହୁଜନ ମହାପାର୍ଟିରୁ ସମରେନ୍ଦ୍ର ଜେନା,ଓଡିଶା ପ୍ରଗତି ଦଳରୁ ବିଜୟଲକ୍ଷ୍ମୀ ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୯୯-ରାଜନଗର ବିଧାନସଭା ଆସନରୁ ସୁନିତା ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଏସପିରୁ ଅନିରୁଦ୍ଧ ସେଠୀ,ଆମ୍ବେଦକର ଜାତୀୟ କଂଗ୍ରେସରୁ ଟୁନି ମଲ୍ଲିକ ଓ ସମାଜବାଦି ପାର୍ଟିରୁ ସୁଦର୍ଶନ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୯୭ -କେନ୍ଦ୍ରାପଡା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତାପ କୁମାର ମଲ୍ଲିକ,ରବିନ୍ଦ୍ର ମୁଦୁଲି,ଅସନ୍ୁଷ୍ଟ ବିଜେପି ନେତ୍ରୀ ଉର୍ମିଳା ସେଠୀ, ଆଲୋକ କୁମାର ଜେନା ନାମାଙ୍କନ ପତ୍ର୍ର ଦାଖଲ କରିଥିବା ବେଳେ ଭାରତୀୟ ସିଟିଜେନ ପାର୍ଟିରୁ ନରେନ୍ଦ୍ର ମଲ୍ଲିକ,ଆମ୍ବେଦକର ଜାତୀୟ କଂଗ୍ରେସରୁ ନାରାୟଣ ଚନ୍ଦ୍ର ଦାସ ପାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିଭଳି ୧୫-କେନ୍ଦ୍ରାପଡା ଲୋକସଭା ଆସନରେ ବିଏସପିରୁ ପ୍ରଦୀପ କୁମାର ମଲ୍ଲିକ,ସ୍ୱାଧୀନ ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ଦାସ,ରବିନ୍ଦ୍ର ନାଥ ପ୍ରଧାନ ଓ ବିଶ୍ୱନାଥ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶେଷ ଦିବସରେ ଲୋକସଭାରେ ୫ଜଣ,୯୭ -ପାଟକୁରାରେ କେହି ନାମାଙ୍କନପତ୍ର ଦାଖଲ କରିନଥିବା ବେଳେ ୯୭ କେନ୍ଦ୍ରାପଡା ବିଧାନସଭାରେ ୮ଜଣ,୯୯ମହାକାଳପଡାରେ ୬ଜଣ,୯୮ – ଆଳିରେ ୨ଜଣ ଓ ୯୯ – ରାଜନଗରେ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

error: Thank You Keep Visiting