ବିଜେପି ଏବେ କର୍ପୋରେଟ ହାଉସ କବଳରେ : ଉତ୍କଳ
କେନ୍ଦ୍ରାପଡ଼ା: ବିଜେପି ଏବେ କର୍ପୋରେଟହାଉସ କବଳରେ ରହିଛି ବୋଲି ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଅଭିଯୋଗ କରିଛନ୍ତି । ନିକଟରେ ବିଜେପିକୁ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ରାପଡା ବିଧାୟକ ଉତ୍କଳ କେଶରୀ ପରିଡା ଓ ବିଜେପିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।
- ଲଜ୍ୟା,ଲଜ୍ୟା,ଲଜ୍ୟା,; ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ
- ପରୀ ମାମଲା:ଧରାପଡିଲା ସରକାରଙ୍କ ମିଛ ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!
- ଆସନ୍ତା୧୬ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବୁମ୍ରାଙ୍କ ପାଇଁ ଟିମ୍ ଇଣ୍ଡିଆ ର ଏକାଦଶ ଚୟନ ହୋଇପାରିଲାନି
- କିଡ୍ନୀ ରାକେଟ ର ମାଷ୍ଟରମାଇଣ୍ଡ ହିମାଂଶୁଙ୍କ ନାଁରେ ଆଉ ଏକ ଅଭିଯୋଗ
ଏଥିରେ ଶ୍ରୀ ପରିଡା କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ସ୍ଲୋଗାନ ଏବଂ ସବକା ସାଥ ସବକା ବିକାଶରେ ପ୍ରଭାବିତ ହୋଇ ସେ ବିଜେପିରେ ଗତ ୨୦୧୭ ମସିହା ଜୁନ ୧୧ ତାରିଖରେ ଯୋଗଦେଇଥିଲେ । ବିଜେପି ଏକ ଶୃଙ୍ଖଳିତ ଦଳ ଓ ଏହାର କାର୍ଯ୍ୟଧାରା ଅତ୍ୟନ୍ତ ସ୍ୱଛ ବୋଲି ଭାବି ସେ ଦଳରେ ଯୋଗଦେଇଥିଲେ । ସେତେବେଳେ କେନ୍ଦ୍ରାପଡା ଓ ପାଟକୁରା ବିଧାନସଭା କ୍ଷେତ୍ରରେ ଏହି ଦଳର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ତୃଣମୂଳ ସ୍ତରରେ ସେ ଦଳର କର୍ମକର୍ତ୍ତାମାନଙ୍କ ସହ ମିଶି ବିଜେପିର ସ୍ଥିତିକୁ ପରିବର୍ତ୍ତନ କରିଥିଲେ ।
ଆହୁରି ଶ୍ରୀ ପରିଡା କହିଥିଲେ ଯେ ନିର୍ବାଚନ ନିକଟତର ହେବାବେଳକୁ ସେ ଏହି ଦଳର ଚରିତ୍ରରେ ବିସ୍ମିତ ଓ ମର୍ମାହତ ହୋଇ ଦଳ ଛାଡି ବିଜୁ ଜନତା ଦଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସ୍ୱୀକାର କରିନେଇଛନ୍ତି । ବିଜେପି ପ୍ରଚାରରେ ମିଥ୍ୟାର ଆଶ୍ରୟ ନେଇଛି ବୋଲି ସେ ଅଭିଯୋଗ କରିଥିଲେ । ଏଥିସହିତ ବିଜେପି କର୍ପୋରେଟ ହାଉସ ନିକଟରେ ବନ୍ଧା ପଡିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ସମ୍ମିଳନୀରେ ବିଜେଡି ଛାଡି ବିଜେଡିରେ ଯୋଗଦେଇଥିବା ଗୀତାଞ୍ଜଳି ସେଠୀଙ୍କ ସମେତ ଶତାଧିକ ଉତ୍କଳ ଓ ଗୀତାଞ୍ଜଳିଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ ।