ଏମପିଭି –୬୫ ଗ୍ରାମରେ ୨୫୪ ବୁଥରେ ପୁଲ ଟ୍ୟାମ୍ପରିଂ ଅଭିଯୋଗ,ପୁଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ
ମାଲକାନଗିରି : ମାଲକାନଗିରି ଜିଲା ଏମପିଭି –୬୫ ଗ୍ରାମରେ ୨୫୪ ବୁଥରେ ପୁଲ ଟ୍ୟାମ୍ପରିଂ ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ସୂଚନା ଅନୁସାରେ ବୁଥରେ ଥିବା ଏଜେଣ୍ଟ ମାନଙ୍କୁ ବୁଥରୁ ବାହାର କରି ପୁଲିଂ ପାର୍ଟି ଇଭିଏମରେ କିଛି ଟାମ୍ପରିଂ କରୁଥିବା ଗ୍ରାମବାସୀ ଦେଖିଥିଲେ।
ପରେ ଗ୍ରାମବାସୀ ପୁଲିଂ ପାର୍ଟିଙ୍କୁ ତାଲା ପକାଇ ଦେଇଛନ୍ତି।
୨୦୦ରୁ ଅଧିକ ଗ୍ରାମବାସୀ ଏଭଳି କରିଥିବା ଜଣାପଡିଛି। ଗ୍ରାମବାସୀ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।