ଘର ଘର ବୁଲି ଭୋଟ ମାଗୁଛନ୍ତି ବ୍ରଜ
ତାଳଚେର: ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ରାଜ୍ୟର ଭାତ ହାଣ୍ଡି । ଏଠାରେ କୋଇଲା ଖଣି ଏନ୍.ଟି.ପି.ସି, ଟିଟିପିଏସ୍, ଏଫସିଆଇ, ଜେଆଇଟିପିଏଲ୍, କୋଇଲା ଖଣିକୁ ନିଭର କରି ନାଲକୋ, ଟାଟା ଷ୍ଟିଲ, ଇତ୍ୟାଦି ଗଢି ଉଠିଛି ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦଳ ପ୍ରାର୍ଥୀ ପାଇଁ ଆସ୍ଥା ପ୍ରକଟ କରିଛି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପରେ । ୨୦୦୯ ଓ ୨୦୧୪ ରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିବା କାଳନ୍ଦୀ ସାମଲଙ୍କୁ ପୁଣି ୨୦୧୯ ରେ ପ୍ରାର୍ଥୀ କରାଯାଇଛି ।
- ଲଜ୍ୟା,ଲଜ୍ୟା,ଲଜ୍ୟା,; ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ
- ପରୀ ମାମଲା:ଧରାପଡିଲା ସରକାରଙ୍କ ମିଛ ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଦେଇନାହାନ୍ତି ରାଜ୍ୟ ସରକାର!
- ଆସନ୍ତା୧୬ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବୁମ୍ରାଙ୍କ ପାଇଁ ଟିମ୍ ଇଣ୍ଡିଆ ର ଏକାଦଶ ଚୟନ ହୋଇପାରିଲାନି
- କିଡ୍ନୀ ରାକେଟ ର ମାଷ୍ଟରମାଇଣ୍ଡ ହିମାଂଶୁଙ୍କ ନାଁରେ ଆଉ ଏକ ଅଭିଯୋଗ
କଂଗ୍ରେସ ଦଳ ୨୦୧୪ର ପ୍ରାର୍ଥୀ ପରିବର୍ତ୍ତନ କରି ଏଠାରେ ପିସିସି ସଭାପତିଙ୍କ ଅତି ନିଜ ଲୋକ ସୁରେଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ତାଳଚେର ନିର୍ବାଚନ ମଣ୍ଡଳୀ ହେଉଛି ତାଳଚେର ବ୍ଲକର ୨୧ ଟି ପଞ୍ଚାୟତ, ପୌର ପରିଷଦର ୨୧ ଟି ୱାର୍ଡ ଏବଂ କଣିହାଁ ବ୍ଲକର ୭ଟି ପଞ୍ଚାୟତ ।
ପ୍ରଚାରରେ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଘର ଘର ବୁଲି ଭୋଟ ମାଗୁଛନ୍ତି ଏବଂ ସାଂସଦ ପ୍ରାର୍ଥୀ ମହେଶ ସାହୁଙ୍କ ପାଇଁ ମଧ୍ୟ ଶଙ୍ଖ ଚିହ୍ନରେ ବଟନ ଚିପିବା ପାଇଁ କହୁଛନ୍ତି ।