ଭଦ୍ରକ ବିଜେଡିରେ ବିଶାଳ ମିଶ୍ରଣ ପର୍ବ, କଂଗ୍ରେସର ହାତ ଛାଡି ଶଙ୍ଖ ଫୁଙ୍କିଲେ ଦୁଇ ପୂର୍ବତନ କାଉନ୍ସିଲର ଓ ସରପଞ୍ଚ

Straight to the Point

ଭଦ୍ରକ: ଏବେ ଭଦ୍ରକ କଂଗ୍ରେସକୁ ଲାଗିଛି ଏକ ଶକ୍ତ ଧକ୍କା । କାହିଁକିନା ଦୀର୍ଘଦିନ ଧରି କଂଗ୍ରେସରେ ରହିଆସିଥିବା ୧୬ନଂ ୱାର୍ଡର ପୂର୍ବତନ କାଉନ୍ସିଲର ସୁସ୍ମିତା ପାଲ ଏବଂ ୨୯ନଂ ୱାର୍ଡର ପ୍ରାକ୍ତନ କାଉନ୍ସିଲର ଅଶୋକ ମହାପାତ୍ର କଂଗ୍ରେସରୁ ତାଙ୍କର ଦୀର୍ଘଦିନର ସଂପର୍କ ତୁଟାଇ ବିଜେଡିରେ ଯୋଗ ଦେଇଛନ୍ତି ।

ଏଥି ଉପଲକ୍ଷେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ରାଜ୍ୟ ଯୁବ ବିଜେଡି ଉପସଭାପତି ତଥା ପ୍ରାକ୍ତନ ପୌରାଧ୍ୟକ୍ଷ ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ବିଧାନସଭା ପ୍ରାର୍ଥୀ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇ ପ୍ରାକ୍ତନ କାଉନ୍ସିଲର ନିଜର ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ଉପସ୍ଥିତ ନେତାମାନେ ତାଙ୍କୁ ବିଜୁ ଜନତା ଦଳର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଏଥିସହ ୨୯ନଂ ୱାର୍ଡର ପ୍ରାକ୍ତନ କାଉନ୍ସିଲରଙ୍କ ପତ୍ନୀ ତଥା ନାରୀ ସୁରକ୍ଷା ପ୍ରଗତି ମଂଚର ଜିଲା ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସର ଦୁର୍ବଳ ରାଜ୍ୟ ନେତୃତ୍ୱ, ନେତାଙ୍କୁ କଂଗ୍ରେସର ଅଣଦେଖା ପାଇଁ ସେମାନେ ଦଳ ପରିତ୍ୟାଗ କରି ନବୀନଙ୍କ ସୁଶାସନରେ ପ୍ରଭାବିତ ହୋଇ ଭଦ୍ରକର ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଳିକଙ୍କ ଭଳି ଜଣେ ଯୁବ ନେତୃତ୍ୱଙ୍କୁ ସମର୍ଥନ ପୂର୍ବକ ଏଥିରେ ଯୋଗ ଦେଇଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସେହିଭଳି ଏହି ମିଶ୍ରଣ ପର୍ବରେ ଧାମନଗର ନିର୍ବାଚନ ମଣ୍ଡଳୀ ପାଳସାହି ପଂଚାୟତର ଯୁବନେତା ଅନୀଲ ଦାସ ଓ ସୁଶାନ୍ତ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ପ୍ରାକ୍ତନ ଧାମନଗର ବିଧାୟକ ତଥା ବର୍ତ୍ତମାନର ବିଧାନସଭା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବାସଭବନରେ ଯୋଗଦେଇଛନ୍ତି । ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଶତାଧିକ କର୍ମୀଙ୍କୁ ବିଜେଡି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଏରେଇ ଗ୍ରାମପଞ୍ଚାୟତର ପାଞ୍ଚ ପାଞ୍ଚ ଥର ସରପଞ୍ଚ ହୋଇଥିବା କଂଗ୍ରେସର ରତ୍ନାକର ସାମଲ ତାଙ୍କର ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ଏଥି ଉପଲକ୍ଷେ ଜିଲା ବିଜେଡି କାର୍ଯ୍ୟାଳୟରେ ଏକ ବିଶାଳ ମିଶ୍ରଣ ପର୍ବ ସଭାର ଆୟୋଜନ ହୋଇଥିଲା । ଏଥିରେ ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ଯୁବ ବିଜେଡି ଉପସଭାପତି ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ବିଧାନସଭା ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ତାହେର ମହମ୍ମଦ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ସୁକାନ୍ତ ମହାନ୍ତି ପ୍ରମୁଖ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

କଂଗ୍ରେସ କର୍ମୀ ଓ ନେତାଙ୍କ ଏହି ମିଶ୍ରଣ ଆଗାମୀ ଦିନରେ ଭଦ୍ରକରେ ବିଜେଡି ଦଳକୁ ଅଧିକ ମଜବୁତ କରିବା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବେ ବୋଲି ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ।

error: Thank You Keep Visiting