ନାମାଙ୍କନପତ୍ର ଯାଞ୍ଚ ପରେ କେନ୍ଦ୍ରାପଡ଼ା ବିଧାନସଭାରେ ୫୪ରୁ ୪୯ ଲୋକସଭାରେ ୯ରୁ ୭ ରହିଲା

Straight to the Point

କେନ୍ଦ୍ରାପଡ଼ା: ୧୫-କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ମୋଟ ୫୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଲୋକସଭା ନିମନ୍ତେ ୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମଙ୍ଗଳବାର ସୁଦ୍ଧା ଦାଖଲ ହୋଇଥିବା ସମସ୍ତ ପ୍ରାର୍ଥୀପତ୍ର ବୁଧବାର ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଯାଂଚ ହେବା ପରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ମଧ୍ୟରୁ ୩ଟିରେ ୫ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ବେଳେ ଲୋକସଭାରେ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କର ନାକଚ ହୋଇଛି ।

ନାମାଙ୍କନପତ୍ର ନାକଚ ହୋଇଥିବା ପ୍ରାର୍ଥୀମାନେ ହେଉଛନ୍ତି ୯୭-କେନ୍ଦ୍ରାପଡା (ସଂରକ୍ଷିତ) ବିଧାନସଭା ଆସନର ଆମ୍ବେଦକର ନାସନାଲ କଂଗ୍ରେସର ପ୍ରାର୍ଥୀ ନାରାୟଣ ଚନ୍ଦ୍ର ଦାସ,୯୯-ରାଜନଗର ବିଧାନସଭା ଆସନର ଆମ୍ବେଦକର ନାସନାଲ କଂଗ୍ରେସର ପ୍ରାର୍ଥୀନୀ ଟୁନି ମଲ୍ଲିକ ଓ ୧୦୦ – ମହାକାଳପଡା ବିଧାନସଭା ଆସନର ଆମ୍ବେଦକର ନାସନାଲ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୁମାର ଦାଶ, ଓଡିଶା ପ୍ରଗତୀ ଦଳର ପ୍ରାର୍ଥୀ ବିଜୟଲକ୍ଷ୍ମୀ ସ୍ୱାଇଁ, ବହୁଜନ ମହାପାର୍ଟିର ପ୍ରାର୍ଥୀ ସମରେନ୍ଦ୍ର ଜେନା ।

ସେହିଭଳି ଲୋକସଭା ନିର୍ବାଚନ ମଣ୍ଡଳି ନିମନ୍ତେ ଦାଖଲ କରାଯାଇଥିବା ସମସ୍ତ ପ୍ରାର୍ଥୀପତ୍ରକୁ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଦାଶରଥୀ ଶତପଥୀ ଯାଂଚ କରିବା ପରେ ଦୁଇଟି ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡିଛି । ନାକଚ ହୋଇଥିବା ନାମାଙ୍କନପତ୍ର ହେଉଛି ରାଷ୍ଟ୍ରୀୟ ଇଣ୍ଡପେଣ୍ଡେଟ ମୋର୍ଚ୍ଚାର ପ୍ରାର୍ଥୀ ବିଶ୍ୱନାଥ ପ୍ରଧାନ ଓ ବହୁଜନ ସମାଜପାର୍ଟିର ପ୍ରାର୍ଥୀ ପ୍ରଦୀପ କୁମାର ମଲ୍ଲିକଙ୍କର ବୋଲି ସୂଚନା ମିଳିଛି । ଯାଂଚପରେ କାଏମ ରହିଥିବା ପ୍ରାର୍ଥୀମାନେ ହେଉଛନ୍ତି ୯୬ – ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜେପିର ବିଜୟ ମହାପାତ୍ର, ବିଜେଡିରୁ ବେଦପ୍ରକାଶ ଅଗ୍ରୱାଲ, କଂଗ୍ରେସରୁ ଜୟନ୍ତ ମହାନ୍ତି, ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଟ ମୋର୍ଚ୍ଚାର ଅନ୍ନଦା ପ୍ରସାଦ ରାଉତରାୟ,ସମାଜବାଦୀ ପାର୍ଟିର ପ୍ରଦୀପ କୁମାର ମିଶ୍ର,କୃପା ପାର୍ଟିର ଶ୍ରୀକାନ୍ତ ସାମଲ, ସ୍ୱାଧୀନ ପ୍ରାର୍ଥୀ ରତିକାନ୍ତ କାନୁନଗୋ,ସଞ୍ଜୟ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ବେହେରା, ପରମାନନ୍ଦ ମହାରଣା, ଦିବ୍ୟସିଂହ ଦାସ ।

୯୭-କେନ୍ଦ୍ରାପଡା (ସଂ) ବିଧାନସଭା କ୍ଷେତ୍ରରୁ ଭାରତୀୟ ଜାତୀୟ କଂଗ୍ରେସର ଗଣେଶ୍ୱର ବେହେରା, ବିଜେଡିର ଶଶିଭୂଷଣ ବେହେରା, ବିଜେପିର ସୁନାକର ବେହେରା, ବହୁଜନ ସମାଜ ପାର୍ଟିର ରଞ୍ଜନ କୁମାର ମଲ୍ଲିକ, ଇଣ୍ଡିଆନ ସିଟିଜେନ ପାର୍ଟିର ନରେନ୍ଦ୍ର କୁମାର ମଲ୍ଲିକ, ସ୍ୱାଧୀନ ପ୍ରାର୍ଥୀ ଡଃ.ସିପ୍ରା ମଲ୍ଲିକ, ଉର୍ମିଳା ସେଠୀ, ପଦ୍ମ ଚରଣ ମଲ୍ଲିକ, ପ୍ରତାପ କୁମାର ମଲ୍ଲିକ, ରବିନ୍ଦ୍ର ମୁଦୁଲି ଓ ଆଲୋକ କୁମାର ଜେନା । ସେହିଭଳି ୯୮ – ଆଳି ବିଧାନସଭା କ୍ଷେତ୍ରରୁ ଜାତୀୟ କଂଗ୍ରେସର ଦେବେନ୍ଦ୍ର ଶର୍ମା, ଭାରତୀୟ ଜନତା ପାର୍ଟିର ଦୋଳଗୋବିନ୍ଦ ନାୟକ, ବିଜେଡିର ପ୍ରତାପ କେଶରୀ ଦେବ, ବହୁଜନ ସମାଜପାର୍ଟିର ସୁଧାକର ମଲ୍ଲିକ, ମଜଦୁର ବିକାଶ ଦଳର ଜୟନ୍ତ କୁମାର ମଲ୍ଲିକ, ସିପିଆଇ ଏମଏଲ (ଲିବରେସନ) ର ବିଧାନ ଚନ୍ଦ୍ର ଦାସ, ସ୍ୱାଧୀନ ପ୍ରାର୍ଥୀ ପ୍ରଭାତ କୁମାର ମଲ୍ଲିକ, ରାଧାନାଥ ରାୟ, ସତ୍ୟଜିତ ସ୍ୱାଇଁ ଓ ସୁଜାତା ବାରିକଙ୍କ ନାମାଙ୍କନପତ୍ର କାଏମ ରହିଛି ।

୯୯ – ରାଜନଗର ବିଧାନସଭା ଆସନରୁ ବିଜୁଜନତା ଦଳର ଧ୍ରୁବ ଚରଣ ସାହୁ ,ଭାରତୀୟ ଜାତୀୟ କଂଗ୍ରେସର ଅଂଶୁମାନ ମହାନ୍ତି,ଭାରତୀୟ ଜନତା ଦଳର ଅଲେଖ କୁମାର ଜେନା,ବହୁଜନ ସମାଜପାର୍ଟିର ଅନିରୁଦ୍ଧ ସେଠୀ,ସମାଜବାଦି ପାର୍ଟିର ସୁଦର୍ଶନ ପ୍ରଧାନ,ସ୍ୱାଧୀନ ପ୍ରାର୍ଥୀ ଅଜୟ କୁମାର ବେହେରା ଓ ସୁନିତା ପ୍ରଧାନଙ୍କର ପ୍ରାର୍ଥୀପତ୍ର କାଏମ ରହିଛି । ସେହିଭଳି ୧୦୦ ମହାକାଳପଡା ବିଧାନସଭା କ୍ଷେତ୍ରର ଭାରତୀୟ ଜାତୀୟ କଂଗ୍ରେସର ବିଭ୍ରାଶୁଂ ଶେଖର ଲେଙ୍କା, ବିଜୁଜନତା ଦଳର ଅତନୁ ସବ୍ୟସାଚି ନାୟକ,ଭାରତୀୟ ଜନତା ଦଳର ବିଜୟ ପ୍ରଧାନ,ବହୁଜନ ସମାଜ ପାର୍ଟିର ଅଧିର ନାଥ ଶର୍ମା,ଆମ୍ବେଦକର ଜାତୀୟ କଂଗ୍ରେସର ଆଶୁତୋଷ ମହାରଣା,ସମାଜବାଦି ପାର୍ଟିର ରଞ୍ଜିତା କାନୁନଗୋ,ସ୍ୱାଧୀନ ପ୍ରାର୍ଥୀ ପଦ୍ମନାଭ ଚୈାଧୁରି,ଦେବେନ୍ଦ୍ର ରାଉତ,ଭୀମସେନ ସେଠୀ ଓ ମମତା ସାମନ୍ତରାୟଙ୍କର ପ୍ରାର୍ଥୀପତ୍ର କାଏମ ରହିଛି ।

ସେହିଭଳି ୧୫ – କେନ୍ଦ୍ରାପଡା ଲୋକସଭା ଆସନର ଭାରତୀୟ ଜାତୀୟ କଂଗ୍ରେସର ଧରଣୀଧର ନାୟକ, ବିଜେଡିର ଅନୁଭବ ମହାନ୍ତି, ବିଜେପିର ବୈଜୟନ୍ତ ପଣ୍ଡା, ସମାଜବାଦି ପାର୍ଟିର ରବିନ୍ଦ୍ର ନାଥ ବେହେରା, କୃପାପାର୍ଟିର ଶ୍ରୀକାନ୍ତ ସାମଲ, ସ୍ୱାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ଦାସ ଓ ସନ୍ତୋଷ କୁମାର ପାତ୍ରଙ୍କ ନାମାଙ୍କନପତ୍ର କାଏମ ରହିଛି

error: Thank You Keep Visiting